fbpx

ରାଶିଫଳ(ମଙ୍ଗଳବାର,୧୪ ଫେବୃଆରୀ,୨୦୨୩)

ମେଷ – ଆଜି କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରତୀକ୍ଷା କରିଥିବା ଶୁଭ ଖବର  ପାଇ ଖୁସି ହେବେ। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।
*ପ୍ରତିକାର-ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ।
ବୃଷ – ଆଜି କାର୍ଯ୍ୟ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଦେଖାଦେବ।ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରିବେ।  ସଭାସମିତିରେ ସମ୍ବନ୍ଧିତ ହେବେ।
*ପ୍ରତିକାର- ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପଟିଏ ଜାଳନ୍ତୁ।
ମିଥୁନ – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ମହିଳାମାନେ ଯଗିରଖି ଚଳନ୍ତୁ ଦାମ୍ପତ୍ୟ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ।  କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ। ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
* ପ୍ରତିକାର-ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ।
କର୍କଟ – ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ। ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା  ଦୂରହୋଇଯିବ।
*ପ୍ରତିକାର- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
ସିଂହ – ଆଜି ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ଯାନବାହନ, ପରିବହନ ଏବଂ ବାଣିଜ୍ୟରେ ଆୟ ବୃଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିବ ‌। ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।
*ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।
କନ୍ୟା – ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସଫଳତା ମିଳିବ ‌‌। *ପ୍ରତିକାର-ଓଁ ନମଃ ଶିବାୟ ମନ୍ତ୍ରରେ ୫ଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ।
ତୁଳା – ଆଜି କୌଣସି କ୍ଷେତ୍ରରେ ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ।  ଦୀର୍ଘଦିନର ଆଶା ଫଳବତୀ ହେବ । ବିଦ୍ୟାର୍ଥିମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।  ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
*ପ୍ରତିକାର-ଶୁଭଫଳ ପାଇବା ପାଇଁ ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।
ବିଛା – ଆଜି ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସଫଳତା ପାଇବେ ।
*ପ୍ରତିକାର-ଶୁଭଫଳ ପାଇବା ପାଇଁ କୈାଣସି ଅସହାୟ କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
ଧନୁ – ଆଜି ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ  ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।
*ପ୍ରତିକାର-ସାତୋଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ ଓ ସାତଟି କଳାମିଠା ଭୋଗ କରନ୍ତୁ।
ମକର – ଆଜି ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିବେ । ପରିଶ୍ରମ ନୁଯାଇ ପାରିଶ୍ରମିକ ମିଳିବ। ପିତା ମାତାଙ୍କ ଶରୀର ସୁସ୍ଥ ରହିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।
*ପ୍ରତିକାର-ତୁଳସୀ ମୂଳରେ ପାଣି ଢାଳନ୍ତୁ, ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ।
କୁମ୍ଭ – ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ପ୍ରଶଂସିତ ହେବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ ।
* ପ୍ରତିକାର-ଶୁଭଫଳ ପାଇଁ ଗାୟତ୍ରୀ ମନ୍ତ୍ରକୁ ୨୭ଥର ପାଠ କରନ୍ତୁ।
ମୀନ – ଆଜି ଆପଣଙ୍କୁ ସୁସ୍ବାଦୁ ଭୋଜନ ମିଳିବ। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ।ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଦୂର ଯାତ୍ରା କରିବାକୁ ପଡ଼ିପାରେ। ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।
* ପ୍ରତିକାର-ଶୁଭଫଳ ପାଇବା ପାଇଁ ହନୁମାନଙ୍କ ପାଖରେ ରାଶି ତେଲରେ ଦୀପଟିଏ  ଜାଳନ୍ତୁ।

Get real time updates directly on you device, subscribe now.