fbpx

IPL-2023ରେ ଯୋଡି ହେବେ ଋଷଭ ପନ୍ତ! ଅଧିନାୟକଙ୍କ ପାଇଁ ଯୋଜନା କରିଛନ୍ତି ରିକି ପଣ୍ଟିଂ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ଆଉ କେଇଟା ଦିନ ବାକି ରହିଥିବା ବେଳେ ଏହାକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ତେବେ ଏହା ଭିତରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଏକ ବଡ ଘୋଷଣା କରାଯାଇଛି । ଆହତ ହୋଇ ଆଇପିଏଲରୁ ବାଦ୍ ପଡିଥିବା ଋଷଭ ପନ୍ତ ଆଇପିଏଲରେ ଦଳ ସହ ଯୋଡି ହୋଇ ରହିବେ ବୋଲି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ରିକି ପଣ୍ଟିଂ । ତେବେ ସମ୍ପୂର୍ଣ୍ଣ ସୁସ୍ଥ ନହୋଇ ମଧ୍ୟ କିପରି ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନଙ୍କ ସହ ଯୋଡି ହେବେ?

ବର୍ଷ ଆରମ୍ଭରୁ ଦୁର୍ଘଟଣାର ଶିକାର ହୋଇ ଆଇପିଏଲରୁ ବାଦ୍ ପଡିଛନ୍ତି ଷ୍ଟାର କ୍ରିକେଟର ଋଷଭ ପନ୍ତ । ତେଣୁ ଚଳିତବର୍ଷ ଆଇପିଏଲରେ ଅଧିନାୟକ ପଦ ଡାଭିଡ ୱାର୍ଣ୍ଣରଙ୍କ ଦିଆଯାଇଛି । କିନ୍ତୁ ମୁଖ୍ୟ କୋଚ ରିକି ପଣ୍ଟିଂ ଚାହୁଁଛନ୍ତି ଯେ, ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ ଖେଳାଳିମାନଙ୍କ ସହ ସାମିଲ ହୁଅନ୍ତୁ । ତାଙ୍କ ଉପସ୍ତିତି ଏବଂ ସ୍ମୃତିକୁ ମ୍ୟାଚରେ ତାଜା ରଖିବା ପାଇଁ ଚାହୁଁଛନ୍ତି ଟିମର ସମସ୍ତ ସଦସ୍ୟ । ସେପଟେ ଧିରେ ଧିରେ ଋଷଭ ସୁସ୍ଥ ହେଉଥିଲେ ମଧ୍ୟ ସେ ବର୍ତ୍ତମାନ ମଇଦାନରେ ପହଞ୍ଚିବା ସମ୍ଭବ ନୁହେଁ । ତେଣୁ ଏଥିପାଇଁ ଆଉ ଏକ ନୂଆ ଉପାୟ ଚିନ୍ତା କରାଯାଇଛି । ତେବେ ଏହି ଯୋଜନା ଉପରୁ ପରଦା ଉଠାଇଛନ୍ତି ରିକି ପଣ୍ଟିଂ ।

Rishabh Pant reserves special praise for Ponting, calls him 'family member'  | Cricket - Hindustan Times

ସେ କହିଛନ୍ତି ଯେ, ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦିଲ୍ଲୀର ଅଧିନାୟକ ଋଷଭ ପନ୍ତ ପ୍ରତ୍ୟେକ ମ୍ୟାଚରେ ମୋ ସହ ଡଗ୍ ଆଉଟରେ ବସନ୍ତୁ । କିନ୍ତୁ ପନ୍ତଙ୍କ ଅସୁସ୍ଥତା ଯୋଗୁଁ ଏହା ସମ୍ଭବ ନୁହେଁ । ତେବେ ସବୁବେଳେ ଆମେ ତାଙ୍କୁ ଦଳର ଏକ ଅଂଶବିଶେଷ ଭାବରେ ରକିବାକୁ ଚାହୁଁଛୁ । ତେଣୁ ଆମେ ଆମର ଜର୍ସି କିମ୍ବା ଟୋପିରେ ତାଙ୍କର ନମ୍ବର ସାମିଲ କରିବୁ ବୋଲି କହିଛନ୍ତି ରିକି ପଣ୍ଟିଂ । ଏହା ଦ୍ୱାରା ଋଷଭ ଶାରୀରିକ ଭାବରେ ଆମ ସହ ନ ରହିଲେ ମଧ୍ୟ ସେ ଆମର ଲିଡର ବୋଲି ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ।

Get real time updates directly on you device, subscribe now.