fbpx

କୃତ୍ରିମ ବୁଦ୍ଧିମତା ସାଜିଲା ମଣିଷର ସାଥୀ: ପକ୍ଷାଘାତ ରୋଗୀ ପୁଣି ଥରେ ଚାଲିଲା, ୧୦ ବର୍ଷ ପରେ ଗବେଷକଙ୍କୁ ମିଳିଲା ସଫଳତା

ନୂଆଦିଲ୍ଲୀ: ଦିନକୁ ଦିନ ଚିକିତ୍ସା ବିଜ୍ଞାନ ବହୁଳ ଭାବେ ଅଗ୍ରଗତି କରିବାରେ ଲାଗିଛି । ଅନେକ ଗମ୍ଭୀର ରୋଗରେ ପୀଡ଼ିତ ରୋଗୀଙ୍କୁ ଡାକ୍ତରମାନେ ନୂଆ ଜୀବନ ଦେବାରେ ସକ୍ଷମ ହୋଇ ପାରୁଛନ୍ତି । ତେବେ ଏହା ମଧ୍ୟରେ ପୁଣି ଥରେ ଚିକିତ୍ସା ବିଜ୍ଞାନର ସଫଳତା ଦେଖିବାକୁ ମିଳିଛି । ଜଣେ ପକ୍ଷାଘାତ ବ୍ୟକ୍ତି ପାଖାପାଖି ଏକ ଦଶନ୍ଧି ପରେ ପୁଣି ଥରେ ଚାଲିବାକୁ ସକ୍ଷମ ହୋଇ ପାରିଛନ୍ତି ।

ସୂଚନା ମୁତାବକ, ନେଦରଲାଣ୍ଡସର ଜଣେ ୪୦ ବର୍ଷୀୟ ରୋଗୀ ଜର୍ଟ ଜାନଙ୍କ କ୍ଷେତ୍ରରେ ଏହି ଘଟଣା ଘଟିଛି । ତେବେ ଏନେଇ ଜର୍ଟ ନିଜର ସରନେମ ଲୁଚାଇ ରଖିବା ସହ ପୂର୍ବରୁ ସେ ଏଭଳି ସ୍ୱାଧିନତା ପାଇନଥିବା କହିଛନ୍ତି । ପ୍ରଥମ ଥର ପାଇଁ ନିଜର ଭାବନାକୁ ବ୍ୟବହାର କରି ଜର୍ଟ ଧୀରେଧୀରେ ଚାଲିପାରିଥିଲେ । ଏଥିପାଇଁ ଜର୍ଟଙ୍କ ମେରୁଦଣ୍ଡ ଓ ମସ୍ତିଷ୍କ ମଧ୍ୟରେ ଯୋଗାଯୋଗ କରିବାକୁ ଦୁଇଟି ପ୍ରତିରୋପଣ କରାଯାଇଥିଲା ।

୧୦ ବର୍ଷ ପୂର୍ବରୁ ଏକ ବାଇସାଇକେଲ ଦୁର୍ଘଟଣାରେ ଜର୍ଟଙ୍କର ମେରୁଦଣ୍ଡରେ ଆଘାତ ଲାଗିଥିଲା । ଏହି ଦୁର୍ଘଟଣାରେ ତାଙ୍କର ଗୋଡ଼ ଏକ ଦଶନ୍ଧି ଧରି ପାରାଲାଇଜଡ ଅବସ୍ଥାରେ ରହିଥିଲା । ତେବେ ଏହି ଚିକିତ୍ସା ଫଳରେ ଜର୍ଟ ଏବେ ସିଡ଼ିରେ ଚଢ଼ିବା ସହିତ ବହୁ କଠିନ କାର୍ଯ୍ୟ କରିପାରୁଛନ୍ତି । ଏଥିପାଇଁ ଗବେଷକମାନେ ବ୍ରେନ-କମ୍ପ୍ୟୁଟର ଇଣ୍ଟରଫେସ ନାମକ ଏକ ନୂଆ ଟେକ୍ନୋଲୋଜିର ପ୍ରତିରୋପଣ କରିଥିଲେ । ବ୍ରେନର ଉପର ଭାଗରେ ଏହି ପ୍ରତିରୋପଣ କରାଯିବା ଫଳରେ ତାହା ଗୋଡ଼କୁ ଗତିଶୀଳ କରାଇବା ସହ କଣ୍ଟ୍ରୋଲ କରିପାରିଥିଲା । ଏଥିପାଇଁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ କରାଯାଇଥିବା ଗବେଷକମାନେ କହିଛନ୍ତି ।

Get real time updates directly on you device, subscribe now.