fbpx
BJD SKY
BJD SKY

ଖରା ସହି ପାରୁ ନାହାଁନ୍ତି ଚିତା ଛୁଆ ; ୩ ଦିନରେ ଗଲେଣି ୩ ଶାବକ, ଜନ୍ମକୁ ଦୁଇ ମାସ ବି ପୂରିଲାନି

BJD

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭାରତରେ ଜନ୍ମ ହୋଇଥିବା ଚିତା ଶାବକଙ୍କ ମଧ୍ୟରୁ ଆଉ ଦୁଇଟି ଆଜି ମୃତ୍ୟୁବରଣ କରିଛନ୍ତି । ଗତ ତିନିଦିନ ମଧ୍ୟରେ ତିନି ଜଣ ଚିତା ଶାବକଙ୍କ ମୃତ୍ୟୁ ହୋଇଛି । ନିକଟରେ ମାଆ ଚିତା ଜ୍ୱାଳା ଚାରି ଛୁଆ ଜନ୍ମ ଦେଇଥିଲେ। ଯଦିଓ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିୁଁ ତଥାପି କୁନୋ ପାର୍କ କର୍ତ୍ତୃପକ୍ଷ ଏଥିପାଇଁ ପ୍ରବଳ ଉତ୍ତାପ ବା ଖରାକୁ ଦାୟୀ କରିଛନ୍ତି ।

ମଧ୍ୟପ୍ରଦେଶର ବନ୍ୟ ସଂରକ୍ଷଣ ପ୍ରାଣୀ ଉଦ୍ୟାନ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏସମ୍ପର୍କରେ ସୂଚନା ଦିଆଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ ମେ ୨୩ ରେ ଏକ ଶାବକର ମୃତ୍ୟୁ ହେବା ପରେ ମାଆ ଚିତା ବାଘ ସହ ବାକି ଶାବକ ଗୁଡିକୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ପ୍ରବଳ ଉତ୍ତାପ ଯୋଗୁଁ ତିନି ଛୁଆଙ୍କ ଅବସ୍ଥା ଅସ୍ୱାଭାବିକ ହୋଇଯାଇଥିଲା । ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ମେ ୨୩ରେ ତାପମାତ୍ରା ସର୍ବୋଚ୍ଚ ଥିବାରୁ ଶାବକଙ୍କ ମୃତ୍ୟୁର କାରଣ ପ୍ରଚଣ୍ଡ ରୁଦ୍ରତାପ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ, ଶାବକ ଜନ୍ମ ହେବକୁ ମାତ୍ର ଦୁଇ ମାସ ମଧ୍ୟ ପୂଣର ହୋଇନାହିଁ । ବିଦେଶରୁ କୁନୋକୁ ଆସିଥିସବା ଚିତା ଜ୍ୱାଳା ମାର୍ଚ୍ଚ ୨୯ରେ ୪ଟି ଶାବକ ଜନ୍ମ ଦେଇଥିଲା । ଏମାନଙ୍କୁ ମିଶାଇ କୁନୋରେ ଚିତା ସଂଖ୍ୟା ୨୩କୁ ବୃଦ୍ଧି ପାଇଥିଲା । ମେ ୨୩ ରେ ପ୍ରଥମେ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା ଏବଂ ପରେ ଅନ୍ୟ ୩ଟି ଚିତା ବାଘର ମଧ୍ୟ ମୁୃତ୍ୟୁ ଘଟିଥିଲା । କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲା । ଏବେ କୁନୋରେ ଚିତା ସଂଖ୍ୟା ୨୦ ତଳକୁ ଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.