fbpx
BSKY SKY
BSKY SKY

ମାତାପିତାଙ୍କର ଏହି ସବୁ ଅଭ୍ୟାସ ଖରାପ କରିପାରେ ପିଲାଙ୍କ ଭବିଷ୍ୟତ: ସମୟ ଥାଉ ଥାଉ ହୋଇଯାଆନ୍ତୁ ସଚେତନ

BSKY

ଓଡ଼ିଶା ଭାସ୍କର: ପ୍ରତ୍ୟେକ ମାତା ପିତା ନିଜ ପିଲାମାନଙ୍କର ଭଲ ଭବିଷ୍ୟତ ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । ସବୁ ସମୟରେ ସେମାନେ ନିଜ ପିଲାମାନଙ୍କର ମଙ୍ଗଳ କାମନା କରିଥାନ୍ତି । କିନ୍ତୁ ବେଳେ ବେଳେ ଅଜାଣତରେ ପିତା ମାତାଙ୍କର କିଛି ଅଭ୍ୟାସ ଏପରି ଥାଏ ଯାହା ପିଲାମାନଙ୍କର ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଇଥାଏ । ପିଲାମାନଙ୍କୁ ଉଚିତ ସଂସ୍କାର ଦେବା ସତ୍ତେ୍ୱ ସେମାନେ ଭୁଲ ରାସ୍ତାରେ ଚାଲିଥାନ୍ତି । ସେମାନଙ୍କର ଏହି ଭୁଲ କାରରରୁ ପିଲାମାନଙ୍କର ଭବିଷ୍ୟତ ବିପଦକୁ ଠେଲି ହୋଇଯାଇଥାଏ । ତେବେ ପିତାମାତାଙ୍କର କେଉଁ ଅଭ୍ୟାସ ଦ୍ୱାରା ଏପରି ହୋଇଥାଏ ଆସନ୍ତୁ ଜାଣିବା ।

ଛୋଟ ଛୋଟ କଥାରେ ଗାଳି କରିବା- ଅନେକ ସମୟରେ ପିତାମାତା ବାହାରର ରାଗ ଆସି ପିଲାମାନଙ୍କଠାରେ ବାହାର କରିଥାନ୍ତି । ଏପରି ସ୍ଥଳେ ପିତାମାତା ଛୋଟ ଛୋଟ କଥାରେ ପିଲାମାନଙ୍କ ଉପରେ ରାଗିଥାନ୍ତି । ତେବେ ସମୟ ସହିତ ଏହାର ଖରାପ ପ୍ରଭାବ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଏପରି ପିଲାମାନେ ସେମାନଙ୍କ ପିତାମାତାଙ୍କୁ ଧୀରେ ଧୀରେ ନାପସନ୍ଦ କରିବା ଆରମ୍ଭ କରିଥାନ୍ତି । ଏପରିକି ସେମାନଙ୍କ ସହିତ କୌଣସି କଥା ଶେୟାର କରିବାକୁ ମଧ୍ୟ ଡରିଥାନ୍ତି । ଏହା ସହିତ ଭବିଷ୍ୟତରେ ମଧ୍ୟ ଏହି ପିଲାମାନେ ରାଗି ସ୍ୱଭାବର ହୋଇଥାନ୍ତି ।

ପିଲାମାନଙ୍କ ଆଗରେ ଖରାପ ଶବ୍ଦର ପ୍ରୟୋଗ- ଅନେକ ସମୟରେ ପିତାମାତା କଥା ହେବା ସମୟରେ ପିଲାମାନଙ୍କ ସାମ୍ନାରେ ଅପଶବ୍ଦ ବା ଖରାପ ଶବ୍ଦର ପ୍ରୟୋଗ କରିଥାନ୍ତି । ପିଲାମାନଙ୍କର କୌଣସି ବ୍ୟବହାରରୁ ବିରକ୍ତ ହୋଇ କିମ୍ବା କୌଣସି ବାହ୍ୟ କାରଣକୁ ନେଇ । ତେବେ ଏପରି କରିବା ଆଦୌ ଉଚିତ ନୁହେଁ । ଆପଣ ଯେତେ ରାଗିଥାନ୍ତୁ ନା’ କାହିଁକି ପିଲାମାନଙ୍କ ଆଗରେ କୌଣସି ପ୍ରକାର ଅପଶବ୍ଦର ବ୍ୟବହାର କରନ୍ତୁ ନାହିଁ । ପିଲାମାନଙ୍କ ସହିତ ଶାନ୍ତ ଭାବରେ କଥା ହୁଅନ୍ତୁ ଏବଂ ସେମାନଙ୍କୁ ବୁଝାନ୍ତୁ ।

ଅନ୍ୟ ପିଲାମାନଙ୍କ ସହିତ ତୁଳନା କରିବା- ଏହି ଗୁଣ ଅନେକ ମାତାପିତାଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏପରି ପିତାମାତା ଅନେକ ସମୟରେ ନିଜ ପିଲମାନଙ୍କୁ ଅନ୍ୟ ପିଲାମାନଙ୍କ ସହିତ ତୁଳନା କରି ପିଲାମାନଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିଥାନ୍ତି । ତେବେ ପିତାମାତାଙ୍କର ଏପରି ଅଭ୍ୟାସ ପିଲାମାନଙ୍କଉପରେ ଖରାପ ପ୍ରଭାବ ପକାଇପାରେ । ତେଣୁ କେବେ ମଧ୍ୟ ପିଲାମାନଙ୍କୁ ଅନ୍ୟ କାହା ସହିତ ତୁଳନା କରନ୍ତୁ ନାହିଁ । ବରଂ ପିଲାମାନଙ୍କୁ ସେମାନଙ୍କର ବିଶେଷତ୍ତ୍ୱ ଜଣାନ୍ତୁ ଏବଂ ଏହାର ବିକାଶ କରିବାରେ ସେମାନଙ୍କୁ ସାହାଯ୍ୟ କରନ୍ତୁ ।

ସବୁ ଜିଦି ପୂରଣ କରିବା- ଅନେକ ସମୟରେ ମାତା ପିତା ପିଲାଙ୍କର ପ୍ରତ୍ୟେକ ଜିଦି ପୂରଣ କରିବାକୁ ଚେଷ୍ଟା କରିଥାନ୍ତି । ଏପରିକି ପିଲା ମାଗିବା ଆଗରୁ ସବୁ ଜିନିଷ ଆଣି ସେମାନଙ୍କୁ ଦେଇଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା କରିବା ଦ୍ୱାରା ପିଲାମାନଙ୍କର ଅଭ୍ୟାସ ଖରାପ ହୋଇପାରେ । ତେବେ ପିଲାମାନଙ୍କ ପାଇଁ କିଛି କିଣିବା ଆଗରୁ ହା ଧ୍ୟାନରେ ରଖନ୍ତୁ ଯେ ଏହା ପିଲା ପାଇଁ ଆବଶ୍ୟକ ବା ନୁହେଁ ।

ଇଲେକଟ୍ରୋନିକ ଗ୍ୟାଜେଟ୍ସର ଅଭ୍ୟାସ କରାନ୍ତୁ ନାହିଁ- ବର୍ତ୍ତମାନ ସମୟରେ ପିତାମାତା ବ୍ୟସ୍ତ ରହୁଥିବା କାରଣରୁ ପିଲାମାନଙ୍କୁ ସମୟ ବିତାଇବା ପାଇଁ ନିଜର ମୋବାଇଲ ଫୋନ ଦେଇଥାନ୍ତି । କିମ୍ବା ଟିଭି ସାମ୍ନାରେ ପିଲାମାନଙ୍କୁ ବସାଇ ଦେଇଥାନ୍ତି । ଏପରି କରିବା ଦ୍ୱାରା ପିଲାମାନଙ୍କର ଅଧିକାଂଶ ସମୟ ଇଲେକଟ୍ରୋନିକ ଗ୍ୟାଜେଟ ସହିତ ବିତିଥାଏ । ତେବେ ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ଆଖି ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ତେବେ ଏପରି କରିବା ପଦଳରେ ପିତାମାତା ନିଜେ ପିଲାମାନଙ୍କୁ ଅଧିକ ସମୟ ଦେବା ଉଚିତ । ନିଜେ ସେମାନଙ୍କ ସହିତ ବାହାରେ ଖୋଲା ପଡ଼ିଆରେ ହେଉ କିମ୍ବା ଘରେ ବସି କୌଣସି ଖେଳ ଖେଳିବା ଉଚିତ । ଏହା ଦ୍ୱାରା ପିଲାମାନଙ୍କ ସହିତ ସେମାନଙ୍କର ସମ୍ପର୍କ ଦୃଢ଼ ହେବା ସହିତ ପିଲାମାନଙ୍କଠାରେ ମଧ୍ୟ ସୃଜନଶୀଳତା ବଢ଼ିଥାଏ ।

Get real time updates directly on you device, subscribe now.