fbpx
BJD SKY
BJD SKY

ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ସି.ବି.ଆଇ ତଦନ୍ତ ଲାଗି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଲେ ଓଡ଼ିଶା ହାଇକୋର୍ଟ

BJD

କଟକ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସି.ବି.ଆଇ. ତଦନ୍ତ ସମ୍ବନ୍ଧୀୟ ସ୍ପଷ୍ଟୀକରଣ ମାଗିଛନ୍ତି । ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଥିବା ଏହି ସମ୍ବନ୍ଧରେ ଏକ ମାମଲାର ଶୁଣାଣି କରି କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି, ଘଟଣାର ସି.ବି.ଆଇ. ତଦନ୍ତ କାହିଁକି କରାଯିବ ନାହିଁ । ଆସନ୍ତା ମାର୍ଚ୍ଚ ମାସ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ତେବେ କନ୍ଧମାଳ ଜିଲ୍ଲାର ଜଳେସପେଟା ଆଶ୍ରମ ପରିସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ କିଛି ଦୁର୍ବତ୍ତ ଗତ ୧୫ବର୍ଷ ତଳେ ପଶି ହତ୍ୟା କରିଥିଲେ। ଆଶ୍ରମକୁ AK-47 ସହ ପଶି ଆସିଥିଲେ ୨୦ରୁ ୩୦ ଆତତାୟୀ । ସେମାନଙ୍କ ଆଖି ବୁଜା ଗୁଳିମାଡରେ ଟଳି ପଡିଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ତାଙ୍କ ସହ ଅନ୍ୟ ୪ ଆଶ୍ରମ ଅନ୍ତେବାସୀଙ୍କର ମଧ୍ୟ ଜୀବନ ଯାଇଥିଲା। ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ଓଡିଶା ଦେଖିଥିଲା ସବୁଠୁ ବଡ଼ ଦଙ୍ଗା। ଜୀବନ ହରାଇଥିଲେ ୪୦ରୁ ଅଧିକ ଲୋକ।

Get real time updates directly on you device, subscribe now.