fbpx
BJD SKY
BJD SKY

ଆପଣଙ୍କ ପିଲାଙ୍କୁ ବି ବହି ଧରୁ ଧରୁ ଆସୁଛି ନିଦ! ଆପଣାନ୍ତୁ ଏହି ଉପାୟ…

BJD

ପାଠ ପଢ଼ୁଥିବା ସମୟରେ ଅନେକ ଥର ପିଲାମାନଙ୍କ ମଧ୍ୟରେ ଆଳସ୍ୟ ଦେଖା ଦେଇଥାଏ । ଅନେକ ପିଲା ବହି ଧରୁ ଧରୁ ଶୋଇଯିବା ମଧ୍ୟ ଦେଖିବାକୁ ମିଳିଥାଏ । ତେବେ କ’ଣ ଏହି ସବୁ ସମସ୍ୟା ଆପଣଙ୍କ ପିଲା ଠାରେ ବି ଦେଖାଯାଉଛି? ତେବେ କେବେ କେବେ ବଡ଼ମାନଙ୍କୁ ମଧ୍ୟ ପାଠପଢ଼ିବା ସମୟରେ ନିଦ ଆସିଯାଇଥାଏ । ସେମାନେ ଚାହିଁକରି ମଧ୍ୟ ପଢ଼ିପାରିନଥାନ୍ତି ।

ତେବେ ଏହା ପଛରେ ମଧ୍ୟ କିଛି କାରଣ ରହିଛି । ବାସ୍ତବରେ ଆମେମାନେ ପଢ଼ୁଥିବା ସମୟରେ ଆଖିର ମାଂଶପେଶୀ ଉପରେ ଚାପ ବଢ଼ିବାରେ ଲାଗିଥାଏ । ସେହି ସମୟରେ ଆମ ବ୍ରେନ ପଢ଼ିଥିବା ପାଠକୁ କଲେକ୍ଟ କରିଥାଏ । ଯେତେବେଳେ ଆଖିର ମାଂସପେଶୀ ଥକି ଧୀରେ କାର୍ଯ୍ୟ କରିବା ଆରମ୍ଭ କରିଥାଏ ସେତେବେଳେ ଆମକୁ ନିଦ ଲାଗିଥାଏ । ତେବେ ଅନେକ ସମୟରେ ପାଠ ପଢ଼ିବା ବେଳ ଆମର ବସିବାର ଢଙ୍ଗ ଭୁଲ ଥିବା କାରଣରୁ ମଧ୍ୟ ନିଦ ଆସିଥାଏ ।

ତେବେ ଏଥିରୁ ବର୍ତ୍ତିବା ପାଇଁ କିଛି ଉପାୟ ରହିଛି ଯାହା କରିବା ଦ୍ୱାରା ଆପଣ ପଢ଼ୁଥିବା ସମୟରେ ନିଦ ଆସିବାକୁ ଏଡ଼ାଇ ପାରିବେ ।

ଅନ୍ଧାରରେ ପଢ଼ନ୍ତୁ ନାହିଁ- ଯେବେ ବି ଆପଣ ପଢ଼ିବାକୁ ବସୁଛନ୍ତି ତେବେ ଏପରି ସ୍ଥାନରେ ବସନ୍ତୁ ଯେଉଁଠାରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ଥିବ । ତେବେ ଏହା ଦ୍ୱାରା ଆଖି ଉପରେ ଚାପ କମ ପଡ଼ିଥାଏ ଏବଂ ନିଦ ମଧ୍ୟ କମ ଆସିଥାଏ ।

ଖୋଲା ସ୍ଥାନରେ ହିଁ ପଢ଼ନ୍ତୁ- ଖୋଲା ସ୍ଥାନ ଯେପରିକି ଛାତ ଉପର କିମ୍ବା ବାଲକୋନୀରେ ପବନ ଏବଂ ଆଲୋକ ପର୍ଯ୍ୟାପ୍ତ ପରିମାଣରେ ଆସିଥାଏ । ତେଣୁ ଏପରି ସ୍ଥାନରେ ପଢ଼ିବା ଦ୍ୱାରା ଆଖି ଉପରେ ଚାପ କମ ପଡ଼ିଥାଏ ଏବଂ ଅଳସୁଆ ମଧ୍ୟ ଲାଗିନଥାଏ । ଏହି କାରଣରୁ ଆପଣଙ୍କୁ ଏହି ସବୁ ସ୍ଥାନରେ ପଢ଼ିବା ଦ୍ୱାରା ନିଦ କମ ଲାଗିଥାଏ ।

ଶେଯ ଉପରେ ପଢ଼ନ୍ତୁ ନାହିଁ- କିଛି ଲୋକ ଶେଯ ଉପରେ ବସି ପଢ଼ିବାକୁ ପସନ୍ଦ କରିଥାନ୍ତି । ତେବେ ଏପରି କରିବା ଦ୍ୱାରା ଆପଣଙ୍କୁ ଅଳସୁଆ ଲାଗିବା ସହିତ ନିଦ ଲାଗିଥାଏ । ତେଣୁ କେବେ ମଧ୍ୟ ଶେଯ ଉପରେ ବସି ପଢ଼ନ୍ତୁନାହିଁ ।

ହାଲୁକା ଖାଦ୍ୟ ଖାଆନ୍ତୁ- ପଢ଼ିବା ପୂର୍ବରୁ ସବୁବେଳେ ହାଲୁକା ଖାଦ୍ୟ ଖାଇବା ଉଚିତ । ପେଟ ଭର୍ତ୍ତିକରି ଖାଇବା ଦ୍ୱାରା ଅଳସୁଆ ଲାଗିଥାଏ । ତେବେ ଏହି କାରଣରୁ ଆପଣ ପଢ଼ିପାରିନଥାନ୍ତି । ତେବେ ପଢ଼ିବା ପୂର୍ବରୁ ହାଲୁକା ଭୋଜନ କରିବା ଦ୍ୱାରା ନିଦ କମ ଲାଗିଥାଏ ।

Get real time updates directly on you device, subscribe now.