fbpx

ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ କରୋନା ଭୟ! ବଢୁଛି ପିଲାଙ୍କ Tension

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । ସଂକ୍ରମଣକୁ ନେଇ ସାଧାରଣ ନାଗରିକଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଅଡ଼ୁଆରେ ପଡ଼ିଗଲାଣି । ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି । ତେବେ ଏହାଭିତରେ ପିଲାମାନଙ୍କ ପରୀକ୍ଷା ସମୟ ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଟେନସନ ବଢାଇ ଦେଇଛି । ପରୀକ୍ଷାର ଠିକ ପୂର୍ବରୁ ଦେଶରେ କରୋନା କହର ସମସ୍ତଙ୍କୁ ଭୟର ମେସେଜ ପଠାଇଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି କରୋନା ଯୋଗୁଁ ପିଲାଙ୍କ ପାଠପଢାରେ କି ପ୍ରଭାବ ପଡ଼ିବ?

ମାଟ୍ରିକ ବୋର୍ଡ ପରୀକ୍ଷା ବର୍ତ୍ତମାନ ଖୁବ ନିକଟତର ହୋଇଯାଇଛି । ସିବିଏସଇ, ସିଏଚଏସଇ, ସିଆଇଏସସିଇ, ଉତ୍ତରପ୍ରଦେଶ, ବିହାର ଏବଂ ବହାରାଷ୍ଟ୍ର ସମେତ ଅନେକ ଷ୍ଟେଟ ବୋର୍ଡ ଦଶମ ଏବଂ ଦ୍ୱାଦଶ ବୋଁ ପରୀକ୍ଷା ୨୦୨୪ର ଡେଟ୍ ଶିଟ୍ ଜାରି କରି ସାରିଛନ୍ତି । ତେଣୁ ପରୀକ୍ଷାର୍ଥୀ ବା ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷାକୁ ନେଇ ପ୍ରସ୍ତୁତି କରୁଥିବା ବେଳେ କରୋନା ମହାମାରୀ ସେମାନଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ଭଳି ହୋଇଛି । ବୋର୍ଡ ପରୀକ୍ଷାକୁ ନେଇ ପିଲାମାନେ ଚିନ୍ତାରେ ରହିଥିବା ବେଳେ କରୋନା ଭାଇରସ ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରି ଦେଇଛି । କାରଣ ଦେଶର ବିଭିନ୍ନ କୋଣରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ।

ତେବେ ପିଲାମାନଙ୍କ ପରୀକ୍ଷା ସମୟରେ କରୋନା ସଂକ୍ରମଣ ସଂଖ୍ୟାରେ ଯଦି ପୁଣିଥରେ ବୃଦ୍ଧି ହୁଏ, ତେବେ ଏହାକୁ ନେଇ ବଡ଼ ଘୋଷଣା ହୋଇପାରେ ବୋଲି ମଧ୍ୟ ଆଶା କରାଯାଉଛି । କରୋନା ମହାମାରୀ ସଂଖ୍ୟା ଏବେ ବୃଦ୍ଧି ହେଉଥିଲେ ମଧ୍ୟ ଏହା ପୂର୍ବ ଭଳି ବିପଦପୂର୍ଣ୍ଣ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି । ତେବେ ବୟସ୍କ ତଥା ଅସୁସ୍ଥ୍ୟ ବ୍ୟକ୍ତିମାନେ ଏତିପ୍ରତି ଯଥେଷ୍ଟ ସତର୍କ ରହିବା ଆବଶ୍ୟକ ।

Get real time updates directly on you device, subscribe now.