fbpx

ଜୀବନର ସମସ୍ତ ସଙ୍କଟ ଦୂର କରିଥାଏ ଚମତ୍କାରୀ ରୁଦ୍ରାକ୍ଷ

ପୌରାଣିକ ମାନ୍ୟତା ଅନୁଯାୟୀ ଭଗବାନ ଶିବଙ୍କ ଅଶ୍ରୁରୁ ରୁଦ୍ରାକ୍ଷର ଉତ୍ପତ୍ତି ହୋଇଥିଲା । ରୁଦ୍ରାକ୍ଷ ପବିତ୍ର ଆଟେ ଯେଉଁଥିରେ ଭଗବାନ ଶିବଙ୍କ ଶକ୍ତି ରହିଛି ଏବଂ ଏହାକୁ ଧାରଣ କରିବା ଦ୍ୱାରା ଭୋଳାନାଥଙ୍କ କୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ରୁଦ୍ରାକ୍ଷ ଅନେକ ପ୍ରକାର ଯଥା ଏକ ମୁଖୀ, ୩ ମୁଖୀ, ପଞ୍ଚ ମୁଖି ଇତ୍ୟାଦି । ପ୍ରତ୍ୟେକ ରୁଦ୍ରାକ୍ଷର ବିଶେଷତ୍ୱ ରହିଛି ଏବଂ ଏହାକୁ ଧାରଣ କଲେ ସେହି ଅନୁରୂପି ଫଳପ୍ରାପ୍ତି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବିଦ୍ୟା, ଧନ, ଐଶ୍ୱର୍ଯ୍ୟ, ସୌଭାଗ୍ୟ, ଦୀର୍ଘାୟୁ, ନିରୋଗ କାୟା, ପାପରୁ ମୁକ୍ତି ଏବଂ ଶତ୍ରୁ ଉପରେ ବିଜ୍ରୟ ଲାଭ ହୋଇଥାଏ । ତେବେ ରାଶି ଅନୁସାରେ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବେଶି ଫଳଦାୟୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କିପରି ରୁଦ୍ରାକ୍ଷ ଧାରଣ କରିବା ଉଚିତ:

୧. ମେଷ ରାଶି: ୩ ମୁଖି ରୁଦ୍ରାକ୍ଷ ଧାରଣ କରିବା ମେଶ ରାଶିର ବ୍ୟକ୍ତିଙ୍କ ଲାଭଦାୟକ ହୋଇଥାଏ ।

୨. ବୃଷ ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ୬ ମୁଖି ଓ ୧୦ ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ ।

୩. ମିଥୁନ ରାଶି: ମିଥୁନ ରାଶି ବକ୍ତିଙ୍କ ପାଇଁ ୪ ମୁଖି ଏବଂ ୧୧ ମୁଖି ରୁଦ୍ରାକ୍ଷ ଧାରଣ କରିବା ଶୁଭ ।

୪. କର୍କଟ ରାଶି: ଏହି ରାଶିର ବ୍ୟକ୍ତିକୁ ଚାରି ମୁଖି ରୁଦ୍ରାକ୍ଷ ଧାରଣ କରିବା ସହ ଗୌରୀଶଙ୍କର ରୁଦ୍ରାକ୍ଷ ଧାରଣ କରିବା ଉଚିତ ।

. ସିଂହ ରାଶି: ପଞ୍ଚମୁଖି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ସିଂହ ରାଶି ବ୍ୟକ୍ତିମାନଙ୍କୁ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ ।

୬. କନ୍ୟା ରାଶି: କନ୍ୟା ରାଶି ବ୍ୟକ୍ତିମାନେ ଗୌରୀଶଙ୍କର ରୁଦ୍ରକ୍ଷ ଧାରଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।

୭. ତୁଳା ରାଶି: ସାତମୁଖି ଏବଂ ଗଣେଶ ରୁଦ୍ରାକ୍ଷ ଧାରଣ କରିବା ଏହି ରାଶିର ଲୋକମାନଙ୍କ ପାଇଁ ଶୁଭ ହୋଇଥାଏ ।

୮. ବିଛା ରାଶି: ସମସ୍ତ ପ୍ରକାର ମନୋକାମନା ପୂର୍ତ୍ତି ପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ୮ ମୁଖି ଏବଂ ୧୩ ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ ।

୯. ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ୧ ମୁଖି ଓ ୯ ମୁଖି ରୁଦ୍ରାକ୍ଷ ଧାରଣ କରିବା ଭଲ ।

୧୦. ମକର ରାଶି: ୧୦ ମୁଖି ଏବଂ ୧୩ ମୁଖି ରୁଦ୍ରାକ୍ଷ ମକର ରାଶି ବ୍ୟକ୍ତିଙ୍କୁ ଶୁଭ ଫଳ ଦେଇଥାଏ ।

୧୧. କୁମ୍ଭ ରାଶି: ସଫଳତା ପ୍ରାପ୍ତି ପାଇଁ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ୭ ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ ।

୧୨. ମୀନ ରାଶି: ମୀନ ରାଶି ବ୍ୟକ୍ତିଙ୍କ ପାଇଁ ୧ ମୁଖି ରୁଦ୍ରାକ୍ଷ ଶୁଭ ଫଳ ପ୍ରଦାନ କରିଥାଏ ।

ଅଧିକାଂଶ ବ୍ୟକ୍ତି ରୁଦ୍ରାକ୍ଷ ଧାରଣ କରିବାର ନିୟମ ବିଷୟରେ ଅନବିଜ୍ଞ ଥା’ନ୍ତି । ଫଳରେ ରୁଦ୍ରାକ୍ଷ ଧାରଣ କରିବାର ବିପରିତ ଫଳ ପ୍ରାପ୍ତି ହୋଇଥାଏ । ତେବେ ରୁଦ୍ରାକ୍ଷ ଧାରଣ କରିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ରୁଦ୍ରାକ୍ଷ ପାଇଁ ସବୁବେଳେ ନାଲି ବା ହଳଦିଆ ସୂତା ବ୍ୟବହାର କରିବା ଉଚିତ । ଏହା ସହ ମନ୍ତ୍ରୋଉଚ୍ଚାରଣ କରି ଯେକୌଣସି ପୂର୍ଣ୍ଣିମା, ଅମାବାସ୍ୟା ବା ସୋମବାର ଧାରଣ କରିବା ଶୁଭ ଫଳ ଦେଇଥାଏ । ଅନ୍ୟ ବ୍ୟକ୍ତିର ବ୍ୟବହାର ହୋଇଥିବା ରୁଦ୍ରାକ୍ଷ ଧାରଣ କରନ୍ତୁ ନାହିଁ । ଶୋଇବା ସମୟରେ ରୁଦ୍ରାକ୍ଷ ସୁରକ୍ଷିତ ସ୍ଥାନରେ କାଢ଼ି ରଖନ୍ତୁ । ଶେଷରେ ରୁଦ୍ରାକ୍ଷ ଧାରଣ କରିବା ପରେ ମଦ୍ୟପାନ ଓ ଆମିଷ ଭୋଜନ ନିଷେଧ ଅଟେ ।

Get real time updates directly on you device, subscribe now.