fbpx
BSKY SKY
BSKY SKY

ଏଣିକି ସମୁଦ୍ରରେ ଥରିବେ ଶତ୍ରୁ: ଭାରତୀୟ ନୌସେନାରେ ସାମିଲ ହେବ ଏହି ଯୁଦ୍ଧଜାହାଜ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ

BSKY

ନୂଆଦିଲ୍ଲୀ: ଭାରତୀୟ ନୌସେନାର ବଢ଼ୁଥିବା ଶକ୍ତିରେ ସାମିଲ ହେବାକୁ ଯାଉଛି ଆଉ ଏକ ଫର୍ଦ୍ଦ । ‘INS ଇମ୍ଫାଲ’କୁ ଆସନ୍ତାକାଲି ଔପଚାରିକ ଭାବରେ ଭାରତୀୟ ନୌସେନାରେ ସାମିଲ କରାଯିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଏହା ଦ୍ୱାରା ଭାରତ ମହାସାଗରରେ ଚୀନର ଗତିବିଧି ଉପରେ ଭାରତ ନଜର ରଖିବା ସହିତ ଭାରତର ସାମୁଦ୍ରିକ କ୍ଷମତା ମଧ୍ୟ ଦୃଢ଼ ହେବ । ତେବେ ବିଶେଷ କଥା ହେଉଛି ଯେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲର ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରତିପକ୍ଷ ଉପରେଭୟଙ୍କର ଆକ୍ରମଣ କରିବାରେ ମାହିର ।

ତେବେ ଏହା ପ୍ରଥମ ଯୁଦ୍ଧଜାହାଜ ଯାହାର ନାମକରଣ କୌଣସି ପୂର୍ବ-ଭାରତୀୟ ସହର ନାମରେ ନାମିତ ରଖାଯାଇଛି । ତେବେ ରାଷ୍ଟ୍ରପତି ୨୦୧୯ ମସିହାରେ ଏହାକୁ ମଞ୍ଜୁରୀ ଦେଇଥିଲେ । ତେବେ ଅଧିକାରୀମାନେ କହିଛନ୍ତି ଯେ ମୁମ୍ବାଇ ସ୍ଥିତ ସେନା ଡକୟାର୍ଡ଼ରେ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ସମାରୋହରେ ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ସେନାରେ ସାମିଲ କରାଯିବ । ତେବେ ଏହା ଦେଶର ସୁରକ୍ଷା ଏବଂ ସମୃଦ୍ଧିରେ ଉତ୍ତର-ପୂର୍ବ ଭାରତର ଅବଦାନକୁ ଦର୍ଶାଇଥାଏ ।

ତେବେ ଏହାର ଓଜନ ୭,୪୦୦ ଟନ ଥିବାବେଳେ ଏହା ୧୬୪ ମିଟର ଲମ୍ବା । ତେବେ ଏହା ବ୍ରହ୍ମୋସ ମିସାଇଲ ଏବଂ ବିଭିନ୍ନ ପ୍ରକାର ଟୋରାପେଡ଼ୋ ଦ୍ୱାରା ସଜ୍ଜିତ ହୋଇଛି । ତେବେ ଗତ ମାସରେ ବିସ୍ତାରିତ ରେଞ୍ଜ ଯୁକ୍ତ ସୁପରସୋନିକ ବ୍ରହ୍ମୋସକୁ ପରୀକ୍ଷଣ ପରେ ସେନାରେ ସାମିଲ କରାଯାଇଥିଲା । କହିରଖୁ, କୌଣସି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧଜାହାଜକୁ ନୌସେନାରେ ସାମିଲ କରିବା ପୂର୍ବରୁ ଏପରି ପରୀକ୍ଷଣ ପ୍ରଥମ ।

Get real time updates directly on you device, subscribe now.