fbpx

ଆଉ ଅପେକ୍ଷା କାହିଁକି? ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଖୁସି ଖବର: ଶସ୍ତା ହେଲା ଲୁହା ରଡ୍

ନୂଆଦିଲ୍ଲୀ: ନିଜ ସ୍ୱପ୍ନର ଘର ତିଆରି କରିବା ପାଇଁ ସମସ୍ତେ ଚାହାନ୍ତି । କିନ୍ତୁ ମାର୍କେଟରେ ବିଲ୍ଡିଂ ମାଟେରିଆଲର ମୂଲ୍ୟବୃଦ୍ଧି ଯୋଗୁଁ ଏଥିପ୍ରତି ପଛଘୁଞ୍ଚା ଦେଉଛନ୍ତି ସାଧାରଣ ଲୋକେ । ତେଣୁ ଏହିସବୁ ଜିନିଷର ଦାମ୍ କମିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି । ନୂଆ ଘର ନିର୍ମାଣ କରୁଥିବା ଲୋକମାନଙ୍କ ପାଇଁ ନୂଆବର୍ଷ ପୂର୍ବରୁ ଆସିଛି ବଡ଼ ଖୁସିଖବର । ଘର ତିଆରିରେ ବ୍ୟବହୃତ ଲୁହାଛଡ଼ ବର୍ତ୍ତମାନ ଶସ୍ତାରେ ଉପଲବ୍ଧ ହୋଇଛି । ତେଣୁ ଘର ତିଅରି ପାଇଁ ବର୍ତ୍ତମାନ ଲୁହା ରଡ୍ କିଣିବା ସହିତ ନିଜ ଆଶାର ଘର ତୋଳିପାରିବେ ।

୨୦୨୪ ପୂଆବର୍ଷ ଆସିବା ପୂର୍ବରୁଦେଶର ବିଭିନ୍ନ ସହରରେ ଲୁହା ରଡ ଦାମ୍ ତଳକୁ ଖସିଛି । ସ୍ୱପ୍ନର ଘର କରିବାକୁ, ଜମି;ପରିମାଣର ଖର୍ଚ୍ଚ କରିବାକୁ ପଡିବ । ଏଥିରେ, ଇଟା ଏବଂ ସିମେଣ୍ଟ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଖର୍ଚ୍ଚ ହୋଇଥିବାବେଳେ ରିବରର ମୂଲ୍ୟ ମଧ୍ୟ ଗୃହ ନିର୍ମାଣ ମୂଲ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ୨୦୨୩ ବର୍ଷର ଶେଷ ମାସର ଶେଷ ସପ୍ତାହରେ, ରିବରର ମୂଲ୍ୟ ଆହୁରି ହ୍ରାସ ପାଇଛି । ଏହାର ମୂଲ୍ୟ ହ୍ରାସ ଦିଲ୍ଲୀରୁ କାନପୁର ଏବଂ ଚେନ୍ନାଇରୁ ଗୋଆ ପର୍ୟ୍ୟନ୍ତ ରେକର୍ଡ କରାଯାଇଛି।

ନଭେମ୍ବର ଆରମ୍ଭରୁ ଲଗାତାର ଲୁହା ରଡ୍ ମୂଲ୍ୟହ୍ରାସ ଦେଖିବାକୁ ମିଳିଛି । ଗତ ନଭେମ୍ବର ୨ ତାରିଖରେ କାନୁପରଠାରେ ଲୁହାରଡ୍ ର ମୂଲ୍ୟ ୪୭,୦୦୦ ପ୍ରତି ଟନ୍ ରହିଛି । ତେବେ ଡିସେମ୍ବର ୯ ତାରିଖରେ ଏହି ମୂଲ୍ୟ ହ୍ରାସ ପାଇ ୪୬,୧୦୦ରେ ପହଞ୍ଚିଥିଲା । ସେହିପରି ଡିସେମ୍ବର ୨୨ ତାରିଖରେ ରଡ୍ ର ମୂଲ୍ୟ ୪୫,୭୦୦ ଟଙ୍କାକୁ ଖସିଆସିଛି । ସେହିପରି ବିହାରର ମୁଜଫରନଗରରେ ନଭେମ୍ବର ୨ ତାରିଖରେ ରଡ୍ ମୂଲ୍ୟ ୪୬,୮୦୦ ଟଙ୍କା ରହିଥିଲା ଏବଂ ଡିସେମ୍ବର ୯ ତାରିଖରେ ଏହା ୪୬,୧୦୦ ଟଙ୍କାକୁ ଖସି ଆସିଥିଲା ।

Get real time updates directly on you device, subscribe now.