fbpx

୧୭ ବର୍ଷର ଝିଅ ହେଲା ଗର୍ଭବତୀ: ବାପା-ମା ୫୦ ହଜାରରେ ବିକିଲେ ତ ସମ୍ପର୍କୀୟ କହିଲେ-୫ ଲକ୍ଷ ମାଗ

ପିତା-ମାତାଙ୍କ ଭଗବାନଙ୍କ ସ୍ୱରୂପ କୁହାଯାଉଥିବା ବେଳେ ଆଜି କିଛି ଲୋକ ଏହାକୁ ଭୁଲ ଭାବରେ ପରିଣତ କରୁଛନ୍ତି । ଟଙ୍କା ଲୋଭରେ ନିଜ ଝିଅକୁ ବି ବିକ୍ରି କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ସଙ୍ଗୀନ ଘଟଣା ଗୁଜୁରାଟ ବଡୋଦରାର ଶିନୋର ତାଲୁକରେ ଘଟିଯାଇଛି, ଯେଉଁଠାରେ ବାପା-ମା ନିଜ ଝିଅକୁ ୫୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଝିଅକୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ ଗର୍ଭବତୀ ଥିଲେ । ଝିଅଟି ନିଜେ ହିଁ ବାପା-ମାଙ୍କ ବିରୋଧରେ ବିକ୍ରି କରିବାର ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ ପାଇଁ ତାଙ୍କୁ ସମ୍ପର୍କୀୟମାନେ ଉସକାଉବା ସହ ୫୦ ହଜାର ନୁହେଁ ବରଂ ୫ ଲକ୍ଷ ମାଗନ୍ତୁ ବୋଲି କହୁଥିଲେ ।

ପୋଲିସର କହିବା ମୁତାବକ, ‘ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ପୀଡିତା ଝିଅ ଜଣକ ନାବାଳିକା ହୋଇଥିବା ବେଳେ ତାଙ୍କ ବାବା ଝିଅକୁ ଲିଭ-ଇନ୍ ପାର୍ଟନରୁ ବିକ୍ରି କରିଦେଇଥିଲେ । ଏହା ପରେ ଯେତେବେଳେ ଝିଅର ବାପା ଅଧିକ ଟଙ୍କା ମାଗିଲେ, ଯେଉଁଥିରେ ବିରକ୍ତ ହୋଇ ପାର୍ଟନର ନାବାଳିକାଙ୍କୁ ଘରକୁ ପଠାଇଦେଇଥିଲେ ।’ ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଛି ।

Get real time updates directly on you device, subscribe now.