fbpx

ଭୁବନେଶ୍ୱରର ଡୁମଡ଼ୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସୁବାସ ନଗର ବସ୍ତିରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ପରେ ଏହିପରି ପଦକ୍ଷେପ ନିଆଯାଇଛି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ମଧ୍ୟ ସେଠାରୁ ଏକାଧିକ ପଜିଟିଭ ବାହାରିଛନ୍ତି । ତେଣୁ ଡ଼ୁମଡ଼ୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ବିଏମସି କମିସନର । ହନୁମାନ ମନ୍ଦିରରୁ ପ୍ଲଟ ନମ୍ବର ୩୨୩ ଶନି ମନ୍ଦିର ଯାଏଁ, ପ୍ଲଟ ନଂ ୩୨୩ରୁ ପ୍ଲଟ ନଂ ୨୬୧ ଓ ୨୫୮ ଯାଏଁ କଟକଣା ଲାଗୁ କରାଯାଇଛି । ସମ୍ପୃକ୍ତ ଅବରୋଧ ଅଞ୍ଚଳକୁ ଯାତାୟତ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.