fbpx

ସୁଶାନ୍ତ ସିଂ ରାଜପୁତଙ୍କ ଡାକ୍ତର କଲେ ଖୁଲାସା, କହିଲେ- ସେ ଅଙ୍କିତାଙ୍କୁ ଭୁଲି ପାରୁ ନଥିଲେ, କିନ୍ତୁ..

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ନୂଆ ନୂଆ ଖୁଲାସା ହୋବରେ ଲାଗିଛି । ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପଛରେ ଲାଗିପଡିଛି ଓ ଏନେଇ ତାଙ୍କ ଅତି ଘନିଷ୍ଠ ବନ୍ଧୁମାନଙ୍କୁ ପଚରାଉଚରା କରାଯାଉଛି । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ସମେତ ମନୋଚିକିତ୍ସକ ଡାକ୍ତର କେରସୀ ଚାୱଲଙ୍କ ବୟାର ରେକର୍ଡ କରିଛି । ସୂଚନା ମୁତାବକ, ଡାକ୍ତର ସୁଶାନ୍ତଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ଦେଇଛନ୍ତି ।

ଡାକ୍ତରଙ୍କ କହିବା ମୁତାବକ, ‘ସୁଶାନ୍ତ ସିଂ ରାଜପୁତ ଗତ ୬ ମାସ ପୂର୍ବରୁ ମୋ ସହ ଦେଖାକରିଥିଲେ । ସେ ପାଖାପାଖୀ ୧ ବର୍ଷ ହେବ ଡିପ୍ରେସନରେ ପୀଡିତ ଥିଲେ । ସୁଶାନ୍ତ କହିଥିଲେ ଯେ, ତାଙ୍କୁ ରାତିରେ ନିଦ ଆସୁନି ଓ ମନରେ ଅଜବ ଅଜବ ଭାବନା ଆସୁଛି । ସେ ରିୟା ଚକ୍ରବର୍ତ୍ତୀର ବ୍ୟବହାରରେ ଖୁସି ନୁହେଁ ବରଂ ବିବ୍ରତ ହେଉଥିଲେ । ସୁଶାନ୍ତ ଅଙ୍କିତା ଲୋଖଣ୍ଡେଙ୍କୁ ବହୁତ ମିସ୍ କରୁଥିଲେ । ସେ ଅନୁଭବ କରିଥିଲେ ଯେ, ଅଙ୍କିତାଙ୍କ ସହ ସମ୍ପର୍କ ଭାଙ୍ଗି ବଡ ଭୁଲ କରିଛନ୍ତି । ସେ ଅଙ୍କିତା କେବେ ବି ଭୁଲିପାରିନଥିଲେ । ସେ ଗୋଟିଏ କଥାକୁ ନେଇ ଅଲଗା ଅଲଗା ପ୍ରଣାଳୀରେ ଭାବିଥାନ୍ତି । ସେ ନିଜ ରିଲେସନସିପକୁ ନେଇ ଖୁସି ନଥିଲେ ।’

ତେବେ ଗତ ରବିବାର ଦିନ ସୁଶାନ୍ତ ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ଛାନଭିନରେ ଲାଗିପଡିଛି ମୁମ୍ବାଇ ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସାମନାକୁ ଆସିନାହିଁ । ଅନ୍ୟପଟେ ସୁଶାନ୍ତଙ୍କ ମୋବାଇଲ ରେକର୍ଡ ଅନୁଯାୟୀ ସେ ରିୟା ଚକ୍ରବର୍ତ୍ତୀ ଓ ମହେଶ ଶେଟ୍ଟୀଙ୍କୁ ଶେଷଥର ପାଇଁ କଲ୍ କରିଥିଲେ । କିନ୍ତୁ ଦୁହେଁ ସୁଶାନ୍ତଙ୍କ ଫୋନ୍ ଉଠାଇନଥିଲେ । ଏବେ ପୋଲିସ ମାମଲା ସମ୍ପର୍କରେ ଆହୁରୀ ଖୋଳତାଡ କରିବା ପରେ ଉଭୟଙ୍କୁ ପଚରାଉଚରା କରିଛି ।

Get real time updates directly on you device, subscribe now.