fbpx

ସ୍କୁଲ ଫି’ ପ୍ରସଙ୍ଗ ନେଇ ଅନଶନ କରିବେ ଅଭିଭାବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଫି’କୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଜ୍ୟସରକାର ପୂର୍ବରୁ ଏମ୍.ଓ.ୟୁ କରିଥିବା ସ୍କୁଲକୁ ଛାଡି ଅନ୍ୟ ସମସ୍ତ ପାଠପଢା ଜନିତ ବ୍ୟବହାର ସ୍କୁଲ ଫି’ରୁ ୧୫% ପ୍ରତିଶତ ଫି’ ଛାଡ କରିବା ପାଇଁ ନିର୍ଦ୍ଦେଶନାମା କରିଥିଲେ । ଯେହେତୁ ଅନଲାଇନ୍ କ୍ଲାସ ଯୋଗୁଁ ପାଠପଢା ଜନିତ ୧୫% ପ୍ରତିଶତ ଫି କାଟି ଆଦୟ ହେବ । ଏହା ଛଡା ଅବ୍ୟବହୃତ ବା ଅନ୍ୟାନ ଅଦରକାରୀ ଖର୍ଚ୍ଚ ଆଦାୟ ନକରି କେବଳ କର୍ମଚାରୀ ଦରମା ଓ ଅନଲାଇନ କ୍ଲାସର ଖର୍ଚ୍ଚ ଆଦାୟ ହେବ । ତେବେ ସମୁଦାୟ ଖର୍ଚ୍ଚରୁ ୧୫% ଛାଡ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅବ୍ୟବହୃତ ସୁବିଧାର ଫି’ ପିଲାମାନ ଦେବେ ନାହିଁ । କାରଣ ଚଳିତ ବର୍ଷ ପିଲାମାନେ ବ୍ୟବହୃତ କରିନାହାନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମହାସଂଘ ଲିଖିତ ଭାବେ ଜଣାଇଛି । ବର୍ତ୍ତମାନ ସ୍ଥିତିରେ ଲକଡାଉନ୍ ସଟଡାଉନ୍ ଚାଲିଛି ଯାହାଫଳରେ ସମସ୍ତେ ରୋଜାଗାର ହରାଇ ବସିଛନ୍ତି । ଏମିତିକି ଯେଉଁ ଅଭିଭାବକ ପଇସା ଦେଇପାରି ନାହାନ୍ତି ସେ ଚଳିତ ଅଗଷ୍ଟ ମାସ ସୁଦ୍ଧା ବକେୟା ଫି’ କେଉଁଠୁ ଆଣିବେ ? ଏସବୁକୁ ଲକ୍ଷ୍ୟ ରଖିି ଅଭିଭାବକ ସଂଘ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରି ଆଗାମୀ ବର୍ଷ ଭିତରେ ପୁରୁଣା ପଇସାକୁ ଦେବା ପାଇଁ ଆଉ ଏକ ନିର୍ଦ୍ଦେଶନାମା ଆଣିବାକୁ ମୁଖ୍ୟମନ୍ତ୍ରୀ,ମୁଖ୍ୟସଚିବଙ୍କୁ ଦାବି କରିଛନ୍ତି । ତେବେ ଆସନ୍ତା ୧୭ ତାରିଖ ମଧ୍ୟରେ ଯଦି ପରିବର୍ତ୍ତନ ନିର୍ଦ୍ଦେଶନାମା ନଆଣନ୍ତି ତେବେ ବାଧ୍ୟ ହୋଇ ୧୮ ତାରିଖ ଦିନ ଗଣଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ଘର ସମ୍ମୁଖରେ ମହାସଂଘ ଆମରଣ ଅନଶନ କରିବ ବୋଲି ଓଡିଶା ଅଭିଭାବ ସଂଘର ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.