fbpx
BJD SKY
BJD SKY

ପରୀ ହତ୍ୟାକାଣ୍ଡ: କେନ୍ଦ୍ରୀୟ ସଂସ୍ଥା ତଦନ୍ତ ସୁପାରିଶ ନେଇ ଏନସିପିସିଆରଙ୍କ ଚିଠି

BJD

ନୂଆଦିଲ୍ଲୀ, ୧୯ା୧୨: ନୟାଗଡ଼ ଶିଶୁକନ୍ୟା ହତ୍ୟାକାଣ୍ଡ ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନସିପିସିଆର) ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏନେଇ ଆୟୋଗ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।

ଏନସିପିସିଆର ପରୀ ଘଟଣାର ତଦନ୍ତରେ ତ୍ରୁଟି ଥିବା ଅନୁଭବ କରିଛନ୍ତି । ତେଣୁ ଦୋଷୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ମାମଲାକୁ ଗୁରୁତ୍ୱ ଦେବା ସହ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ସୁପାରିଶ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଏନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସବିଶେଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.