fbpx

ଗର୍ଭାବସ୍ଥାରେ ଭୁଲରେ ବି କରିବେ ନାହିଁ ଏହିସବୁ କାମ, ନଚେତ୍…

ଗର୍ଭବତୀ ହେବା ପ୍ରତି ମହିଳାଙ୍କ ପାଇଁ ବହୁତ ଖାସ ହୋଇଥାଏ । ଆଉ ଏକ ନୂଆ ଜୀବନକୁ ଜନ୍ମ ଦେବା ପାଇଁ ପ୍ରତ୍ୟେକ ମହିଳା ଗର୍ବ ଅନୁଭବ କରିଥାନ୍ତି ଏବଂ ଏହା ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ । ଗର୍ଭାବସ୍ଥା ସମୟରେ ପ୍ରତ୍ୟେକ ମହିଳାଙ୍କ ଭିତରେ ନାନା ମାନସିକ, ଶାରୀରିକ, ଭାବନାତ୍ମକ ପରିବର୍ତ୍ତନ ଦେଖାଦେଇଥାଏ । କିଛି ମହିଳା ଏହି ସମୟରେ କିଛି ଖାଇବାକୁ ଇଛା କରିନଥାନ୍ତି ତ କିଛି ମହିଳାଙ୍କୁ ଅନେକ ଜିନିଷ ଖାଇବା ପାଇଁ ଇଛା ହୋଇଥାଏ । ଗର୍ଭବତୀ ମହିଳାଙ୍କୁ ୮ ବା ୯ ମାସ ସମୟରେ କରିବା ଉଚିତ ନୁହେଁ, ସେବିଷୟରେ ଡକ୍ଟର ବହୁତ ପ୍ରକାର କଥା ବୁଝାଇଥାନ୍ତି ।

କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଖାଇବାରେ ମଧ୍ୟ କିଛି କଟକଣା ରହିଥାଏ । କାରଣ ନିଜ ସହ ତାଙ୍କୁ ନିଜ ଶିଶୁର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ଉଭୟ ମା ଏବଂ ଶିଶୁର ସୁରକ୍ଷା ଦୃଷ୍ଟିରୁ କିଛି କଟକଣା ରହିଥାଏ ଯାହାକୁ ମାନି ଚାଲିଲେ ଉଭୟଙ୍କ ଠିକ ହୋଇଥାଏ । ପ୍ରଥମଥର ପାଇଁ ମା ହେବାକୁ ଯାଉଥିବା ମହିଳାଙ୍କ ମନରେ ନାନା ପ୍ରଶ୍ନ ଉଠିଥାଏ। ଗର୍ଭାବସ୍ଥା ସମୟରେ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ ତାହା ଜାଣିରଖିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା..

– ଗର୍ଭାବସ୍ଥା ସମୟରେ କୌଣସି ଔଷଧ ଖାଇବା ଉପରେ କଟକଣା ଜାରି କରାଯାଇଥାଏ । ନିଜ ଡାକ୍ତରଙ୍କୁ ପରାମର୍ଶ ନକରି କୌଣସି ଔଷଧ ଖାଇବା ଅନୁଚିତ । ଏହାଛଡା ପ୍ରତିଦିନ ୮ହଜାର ୟୁନିଟରୁ ଅଧିକ ଭିଟାମିନ ଏ ଖାଇବା ଅନୁଚିତ ।

– ଗର୍ଭାବସ୍ଥାର ପ୍ରଥମ ଅବସ୍ଥାରେ ଗର୍ଭସ୍ଥ ମହିଳାମାନଙ୍କୁ ଓଜନିଆ ଜିନିଷ ଉଠାଇବା ମନା ହୋଇଥାଏ । ଓଜନିଆ ଜିନିଷ ଉଠାଇବା ଦ୍ୱାରା ଗର୍ଭସ୍ଥ ଶିଶୁ ନିଜ ସ୍ଥାନରୁ ଖସିଯିବାର ଅନେକ ସମ୍ଭାବନା ଥାଏ । ସେଥିପାଇଁ ଗର୍ଭାବସ୍ଥା ସମୟରେ ଭୁଲରେ ମଧ୍ୟ ଓଜନିଆ ଜିନିଷ ଉଠାଇବା କଥା ନୁହେଁ ।

– ଆଜିକାଲି ସମୟରେ ମୋବାଇଲ ପ୍ରତ୍ୟେକ ମଣିଷର ସବୁଠାରୁ ଜରୁରୀ ଉପକରଣ ହୋଇଗଲାଣି । ମୋବାଇଲ ବିନା କିଛି କ୍ଷଣ ବି ଯେମିତି ବଞ୍ଚିବା ଅସମ୍ଭବ । ଗର୍ଭାବସ୍ଥା ସମୟରେ ମୋବାଇଲ ବ୍ୟବହାର ଅଧିକ ନ କରିବା ସ୍ୱାସ୍ଥ୍ୟ ପକ୍ଷେ ଭଲ । ଗର୍ଭବତୀ ମହିଳା ଅଧିକ ସମୟ ମୋବାଇଲ ବ୍ୟବହାର ନ କରିବା ଉଭୟ ମା ଓ ଶିଶୁ ପାଇଁ ଲାଭଦାୟକ । କମ ବ୍ୟାଟେରୀ ଥିବା ମୋବାଇଲ ବ୍ୟବହାର ଦ୍ୱାରା ମୋବାଇଲରୁ ବାହାରୁଥିବା ତରଙ୍ଗ ମା ଓ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ ।

– ଗର୍ଭାବସ୍ଥା ସମୟରେ ଏମିତି କୌଣସି କାମ କରିବା ଉଚିତ ନୁହେଁ ଯେଉଁଥିପାଇଁ ଶରୀରର ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଗର୍ଭାବସ୍ଥା ସମୟରେ ଶରୀରର ତାପମାତ୍ରା ଅଧିକ ରହିବା ଉଭୟ ମା ଓ ଶିଶୁ ପାଇଁ କ୍ଷତିକାରକ । ଏହି ସମୟରେ ଗରମ ପାଣିରେ ଗାଧୋଇବା ଅନୁଚିତ ।

– ଗର୍ଭସ୍ଥ ମହିଳା ଅଧିକ ମିଠା କିମ୍ବା ଲୁଣ ଖାଇବା ଅନୁଚିତ । ଗର୍ଭାବସ୍ଥା ସମୟରେ ମହିଳାଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ । ମହିଳାଙ୍କୁ ବେଳେବେଳେ ମିଠା ଖାଇବାକୁ ଇଛା ହୋଇଥାଏ ତ ପୁଣି କେତେବେଳେ ଖଟା ଖାଇବାକୁ ଇଛା ହୋଇଥାଏ । କିନ୍ତୁ ଗର୍ଭାବସ୍ଥା ସମୟରେ ଅଧିକ ମିଠା ଖାଇବା ଦ୍ୱାରା ମହିଳାଙ୍କୁ ଡାଏବେଟିସ ହେବାର ସମ୍ଭାବନା ଥାଏ । ଅଧିକ ଲୁଣ ଖାଇବା ମଧ୍ୟ କ୍ଷତିକାରକ । ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର ଅନେକ ସ୍ଥାନରେ ପାଣି ଜମା ହୋଇଯାଇଥାଏ ।

Get real time updates directly on you device, subscribe now.