fbpx
BJD
BJD SKY
BJD SKY

ଉଦୟପୁର ଅଭିମୁଖେ ପରିବାର ସହ ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡା : କାଲିଠୁ ଆରମ୍ଭ ହେବ ବିବାହ ରୀତିନୀତି

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୪ରେ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହିଁଙ୍କର ବିବାହ ଉଦୟପୁରରେ ହେବ । ବିବାହ ପାଇଁ ସେମାନେ ଓ ସେମାନଙ୍କ ପରିବାର ବର୍ତ୍ତମାନ ଉଦୟପୁର ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲିଠୁ ଅର୍ଥାତ ସେପ୍ଟେମ୍ବର ୨୩ରୁ ଉଦୟପୁରରେ ସେମାନଙ୍କ ବିବାହର ରୀତିନୀତି ଆରମ୍ଭ ହେବ ।

ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡା ପରିବାର ସହିତ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଦୁହିଁଙ୍କୁ ବହୁତ ସିମ୍ପଲ ଲୋକରେ ଦେଖିବାକୁ ମିଳିଛି । ଅନ୍ୟପଟେ ପରିଣୀତି ଏବଂ ରାଘବଙ୍କ ଏକ ଫଟୋ ଭାଇରଲ ହୋଇଥିଲା । ସେହି ଫୋଟ ଗୁରୁଦ୍ୱାରର ଥିଲା । ଯେଉଁଥିରେ କି ରାଘବ ଏବଂ ପରିଣୀତି ମୁଣ୍ଡକୁ ଢାଙ୍କି ବସିଛନ୍ତି । ଶୁଣିବାକୁ ମିଳିଛି ଯେ, ଏହି ଦୁହିଁଙ୍କର ବିବାହର କିଛି ନୀତି ଦିଲ୍ଲୀରେ ଆରମ୍ଭ ହୋଇଥିଲା । ସୁଫି ନାଇଟସ୍ ରଖାଯାଇଥିଲା, ଯେଉଁଥିରେ କି ପରିବାରର ସଦସ୍ୟ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପରିଣୀତି ଏବଂ ରାଘବ ସେପ୍ଟେମ୍ବର ୨୪କୁ ସାତ ଘେରା ସହ ସତୋଟି ବଚନ ନବାକୁ ଯାଉଛନ୍ତି । ଦ୍ୱିପହରରେ ସେମାନଙ୍କ ବିବାହ ହେବ । ଏହା ପରେ ସଂଧ୍ୟାରେ ସେମାନଙ୍କ ରିସେପ୍ସନ ରଖାଯାଇଛି ।

 

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.