fbpx

ରାଧା ବିନା କୃଷ୍ଣ ଅଧା… ରାଧାଷ୍ଟମୀରେ କିପରି କରିବେ ପୂଜା, ସୁଖମୟ ହୁଏ ବୈବାହିକ ଜୀବନ

ରାଧାରାଣୀଙ୍କ ଜନ୍ମ ବାର୍ଷିକୀ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀର ୧୫ ଦିନ ପରେ ପାଳନ କରାଯାଏ । ରାଧା ଅଷ୍ଟମୀ ପୂଜା ବିନା ଜନ୍ମାଷ୍ଟମୀ ପୂଜା ଅସମ୍ପୂର୍ଣ୍ଣ ଏବଂ କୌଣସି ଫଳାଫଳ ମିଳିନଥାଏ । କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ରାଧା ଅଷ୍ଟମୀ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତାରିଖରେ ପାଳନ କରାଯାଏ, ଯାହା କୃଷ୍ଣଙ୍କ ଜନ୍ମାଷ୍ଟମୀର ଠିକ୍ ୧୫ ଦିନ ପରେ ପଡିଥାଏ । କୃଷ୍ଣ ଜନ୍ମାଷ୍ଟମୀକୁ ଯେପରି ରୀତିନୀତି ଅନୁଯାୟୀ ପାଳନ କରାଯାଇଥାଏ ସେହିପରି ରାଧାରାଣୀଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ । ବିଶେଷ ଭାବରେ ବାରସାନା, ମଥୁରା ଏବଂ ବୃନ୍ଦାବନ, ଓଡ଼ିଶାର ଶ୍ରୀମନ୍ଦିରରେ ମଧ୍ୟ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ ।

ରାଧା ଅଷ୍ଟମୀ ଦିନ ଲୋକମାନେ ଉପବାସ କରି ପୂଜା କରିଥାନ୍ତି । ରାଧା କୃଷ୍ଣଙ୍କର ପ୍ରିୟ ଏବଂ ତାଙ୍କର ଶକ୍ତି ବି ଥିଲେ । ରାଧାଙ୍କ ବିନା କୃଷ୍ଣ ଅସମ୍ପୂର୍ଣ୍ଣ ଏବଂ କୃଷ୍ଣଙ୍କ ବିନା ରାଧା ଅସମ୍ପୂର୍ଣ୍ଣ । ଆପଣ କୃଷ୍ଣଙ୍କ ଜୀବନରେ ରାଧାଙ୍କ ମହତ୍ୱ ଦ୍ୱାପର ଯୁଗ ଠାରୁ ଆରମ୍ଭ କରି କଳିଯୁଗ ପର୍ୟ୍ୟନ୍ତ ଜାଣିଥିବେ ଯାହାକି ରାଧାଙ୍କ ନାମ କୃଷ୍ଣଙ୍କ ଆଗରେ ନିଆଯାଇଛି । ବିଶ୍ୱାସ କରାଯାଏ ଯେପରି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉପବାସ କରି ପାଳନ କରନ୍ତି ସେହିପରି ଉପବାସ ରହି ରାଧା ଅଷ୍ଟମୀ ପୂଜା କଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ଏବଂ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । କୁହାଯାଏ ଯେ, ଯଦି ତୁମେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କୁ ପୂଜା କରିବାର ଫଳାଫଳ ଚାହୁଁଛ, ତେବେ ତୁମେ ରାଧା ଅଷ୍ଟମୀରେ ଉପବାସ କରି ପାଳନ କରିବା ଉଚିତ୍ । ଚଳିତ ବର୍ଷ ଭଦ୍ରପଦା ଶୁକ୍ଲା ପକ୍ଷ ଅଷ୍ଟମୀ ତିଥି ୨୨ ସେପ୍ଟେମ୍ବର ଦିନ ୧ଟା ୩୫ ରୁ ଆରମ୍ଭ ହୋଇ ପରଦିନ ୨୩ ସେପ୍ଟେମ୍ବର ଦିନ ୧୨ଟା ୧୭ରେ ଶେଷ ହେବ ।

ରାଧା ଅଷ୍ଟମୀ ପର୍ବ ଦିନ ସକାଳେ ଉଠି ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ । ଏହା ପରେ ଉପବାସ ରହି ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ । ପରେ ରାଧାରାଣୀଙ୍କ ପୂଜା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏକ ତମ୍ବା କିମ୍ବା ମାଟି କଳସ ସ୍ଥାପନ କରି ରାଧାଜୀଙ୍କ ପ୍ରତିମାକୁ ତମ୍ବା ପାତ୍ରରେ ରଖି ପଞ୍ଚାମୃତରେ ସ୍ନାନ କରାନ୍ତୁ । ଏହାପରେ ଫୁଲ ଅର୍ପଣ କରନ୍ତୁ ପରେ ଫଳ ଭୋଗ ଲଗାନ୍ତୁ ଓ ରାଧାଜୀଙ୍କ ମନ୍ତ୍ର ଜପ କରନ୍ତୁ । ଶେଷରେ ଆରତୀ କରି ନମସ୍କାର କରନ୍ତୁ । ପରିବାର ସଦସ୍ୟ ଓ ଅନ୍ୟମାନଙ୍କୁ ପ୍ରସାଦ ବାଣ୍ଟନ୍ତୁ । ଏହା କଲେ ସର୍ବ କାର୍ୟ୍ୟ ସିଦ୍ଧି ହୋଇଥାଏ ।

Get real time updates directly on you device, subscribe now.