fbpx
BSKY
BJD SHG SKY
BJD MC SKY

ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବରେ ଦାୟିତ୍ୱ ନେଲେ ପ୍ରମିଳା ମଲ୍ଲିକ: ନିଦ୍ୱର୍ନ୍ଦ୍ୱରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ବାଚସ୍ପତି ପଦରେ ଦାୟିତ୍ୱ ନେଇଛନ୍ତି ପ୍ରମିଳା ମଲ୍ଲିକ । ଅନ୍ୟ କୌଣସି ଦଳରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇ ନଥିବାରୁ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଓଡ଼ିଶାର ନୂଆ ବାଚସ୍ପତି ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହ ଓଡ଼ିଶା ବିଧାନସଭା ପାଇଛି ରାଜ୍ୟର ପ୍ରଥମ ମହିଳା ବାଚସ୍ପତି । ପ୍ରମିଳାଙ୍କ ପୂର୍ବରୁ ବାଚସ୍ପତି ପଦରେ କୌଣସି ମହିଳା ଦାୟିତ୍ୱ ଗ୍ରହଣ କରିନଥିଲେ ।

ଆଜି ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନର ତାରିଖ ରହିଥିଲା । କିନ୍ତୁ ଏହି ପଦରେ ବିଜେଡି ପକ୍ଷରୁ ରାଜସ୍ୱ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି । ତେଣୁ ପ୍ରମିଳା ମଲ୍ଲିକ ନିଦ୍ୱର୍ନ୍ଦ୍ୱରେ ବାଚସ୍ପତି ଆସନ ପାଇଁ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବା ପରେ ବିଧିବଦ୍ଧ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀମତୀ ମଲ୍ଲିକ । ଏଥିସହ ଓଡ଼ିଶା ବିଧାନସଭା ବାଚସ୍ପତି ଆସନରେ ପ୍ରଥମ ମହିଳା ଭାବରେ ସେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସୂଚନା ଅନୁସାରେ, ଗତକାଲି ବାଚସ୍ପତି ପଦ ପାଇଁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ନାମାଙ୍କନ ଭରିଥିଲେ । ବିଜେଡି ପ୍ରାର୍ଥୀ ଭାବରେ ସେ ନାମାଙ୍କନ ଭରିଥିବା ବେଳେ ଅନ୍ୟ କୌଣସି ଦଳ ତରଫରୁ ଏଥିପାଇଁ ନାମାଙ୍କନ ଦାଖଲ ହୋଇ ନଥିଲା । ଏହାପୂର୍ବରୁ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ଲାଗି ନାମାଙ୍କନ ଭରିଥିଲେ । ତାଙ୍କ ଇସ୍ତଫା ପରେ ରାଜସ୍ୱ ବିଭାଗ ଦାୟିତ୍ୱ ଏବେ ସୁଦାମ ମାର୍ଣ୍ଡିଙ୍କ ହାତରେ ଅର୍ପଣ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ବିଜେଡି ସୁପ୍ରିମୋ ।

Get real time updates directly on you device, subscribe now.