fbpx

ସମୁଦ୍ରରୁ ଅଳିଆ କାଢ଼ିଲେ ପରିଣୀତି ଚୋପ୍ରା: ଭିଡିଓ ପୋଷ୍ଟ କରି କଲେ ଜାହିର କଲେ ଚିନ୍ତା

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ଅଭିନୟ ପାଇଁ ବେଶ୍ ପରିଚିତ । ପରିଣୀତି ଚୋପ୍ରା ନିଜର ସ୍ୱତନ୍ତ୍ର ଅନ୍ଦାଜ ନେଇ ମଧ୍ୟ ସୁବେବେଳେ ଚର୍ଚ୍ଚାରେ ରହିଥାନ୍ତି । ପରିଣୀତି ଚୋପ୍ରାଙ୍କୁ ସ୍କୁବା ଡାଇଭିଙ୍ଗ ବେଶ୍ ପସନ୍ଦ କରନ୍ତି । ସେ ସ୍କୁବା ଡାଇଭିଙ୍ଗ ଟ୍ରେନର ମଧ୍ୟ । ନିଜ ସୋସିଆଲ ମିଡିଆରେ ପେଜରେ ପରିଣୀତି ଅନେକ ଥର ପାଣିରେ ସ୍କୁବା ଡାଇଭିଙ୍ଗ କରୁଥିବାର ଭିଡିଓ ପୋଷ୍ଟ କରିଥାନ୍ତି ମଧ୍ୟ ।

ଏବେ ପରିଣୀତି ସମୁଦ୍ରରେ ଜମା ହୋଇଥିବା ଅଳିଆକୁ ନେଇ ଚିନ୍ତା ଜାହିର କରିଛନ୍ତି । ସେ ସମୁଦ୍ରରେ ପ୍ଲାଷ୍ଟିକ୍, ଟିଣ ଡବା ଏବଂ ମାସ୍କ କାଢ଼ୁଥିବାର ନଜର ଆସିଛନ୍ତି । ଏଭଳି ଅଳିଆ ଯୋଗୁଁ ସମୁଦ୍ର ଭିତରେ ଅନେକ ପ୍ରଜାତି ପ୍ରଭାବିତ ହୋଇଥାନ୍ତି । ପରିଣୀତି ସମୁଦ୍ରରୁ ଅଳିଆ କାଢ଼ୁଥିବାର ଏକ ଭିଡିଓ ସେୟାର କରିଛନ୍ତି ।

ପରିଣୀତି ସମୁଦ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ କରିଛନ୍ତି । ଭିଡିଓକୁ ସେୟାର କରିବା ସହ ଡାଇଭିଂର ମଜା ନେବା କଥା କହିବା ସହ ଅଳିଆ ବିରୋଧରେ ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ଏବଂ ତାଙ୍କ ସହ ଯୋଡ଼ି ହେବାକୁ କହିଛନ୍ତି ।

ସେ ପୋଷ୍ଟରେ ଲେଖିଛନ୍ତି ଯେ ପ୍ରତିବର୍ଷ ପ୍ରାୟ ୧୪ ମିଲିୟନ ଟନ୍ ପ୍ଲାଷ୍ଟିକ୍ ସମୁଦ୍ରରେ ଆସିଥାଏ । ଏହା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି ଫଳରେ ସାମୁଦ୍ରିକ ଜୀବଜନ୍ତୁଙ୍କ ହଜାର ହଜାର ପ୍ରଜାତି ବିଲୁପ୍ତ ହେବାରେ ଲାଗିଛି । ସେ କହିଛନ୍ତି ଭଲ କଥା ଯେ ଡାଇଭର୍ସମାନେ ସମୁଦ୍ରରୁ ଅଳିଆ କାଢ଼ିବା ସହ ଏହି ପ୍ରଜାତିଙ୍କୁ ବଞ୍ଚାଇବାରେ ସହାୟତା କରୁଛନ୍ତି । କାର୍ଯ୍ୟକ୍ରମ ଲଞ୍ଚ ହେବା ପରେ ସମୁଦ୍ରରୁ ୯୦ ହଜାର ଲୋକ ୨ ମିଲିୟନ ଅଳିଆକୁ ପାଣିରୁ ବାହାର କରିଛନ୍ତି । ମତେ ଖୁସି ଲାଗୁଛି ଯେ ସମୁଦ୍ରକୁ ବଞ୍ଚାଇବା ପାଇଁ ଏହି ଅଭିଯାନର ମୁଁ ଅଂଶ ରହିଛି । ପରିଣୀତି ଏହି ପୋଷ୍ଟରେ ଫ୍ୟାନ୍ସ ଖୁବ୍ କମେଣ୍ଟ୍ସ ଦେଉଛନ୍ତି ଏବଂ ତାଙ୍କର ପ୍ରଶଂସା କରୁଛନ୍ତି ।

 

 

 

Get real time updates directly on you device, subscribe now.