fbpx

୨୦ ଜୁଲାଇରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ, ଉପସ୍ଥାପନ ହୋଇପାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍

Advertisement

ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରେ ଆରମ୍ଭ ହେବ । ଏହି ଅଧବେଶନ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ଯୋଶୀ କହିଛନ୍ତି ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରୁ ଆରମ୍ଭ ହେବ ଓ ଏହା ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ସମସ୍ତ ଦଳ ଏହି ମୌସୁମୀ ଅଧିବେଶନ ସମୟରେ ପୂର୍ବର ବିଭିନ୍ନ ଯୋଜନା ଓ ଅନ୍ୟ ବିଷୟ ଉପରେ ସାର୍ଥକ ଯୋଗଦାନ କରିବେ ବୋଲି ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ନୂଆ ପାର୍ଲାମେଣ୍ଟ ହାଉସ୍ ରେ ଏହି ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନଚ୨୩ ଦିନ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ୧୭ ବୈଠକ ହେବ ।

Get real time updates directly on you device, subscribe now.