fbpx

(Video) ସଂସଦ ନା ବକ୍ସିଙ୍ଗ ରିଙ୍ଗ? ଜି-୭ ସମେଟ ପୂର୍ବରୁ ନେତାଙ୍କ ଭିତରେ ଦମଦାର ଫାଇଟ୍

ନୂଆଦିଲ୍ଲୀ: ଇଟାଲୀରେ ଅନୁଷ୍ଠିତ ହେଉଛି ଜି-୭ ସମ୍ମିଳନୀ । ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି । କିନ୍ତ ସମ୍ମିଳନୀ ପୂର୍ବରୁ ସଂସଦର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ସଂସଦ ଭିତରେ ଏଠାକାର ସାଂସଦ ମାନଙ୍କ ମଧ୍ୟରେ ମାରପିଟ ହେଉଥିବାର ଏହି ଭିଡିଓରେ ଦେଖାଯାଇଛି । ଜି-୭ ଶିଖର ସମ୍ମିଳନୀ ପାଇଁ ବିଶ୍ୱର ସମସ୍ତ ନେତାଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଏଭଳି ଘଟଣା ଘଟିଯାଇଛି । ଏହି ଅଞ୍ଚଳ ଗୁଡ଼ିକୁ ସ୍ୱାଧୀନତା ପ୍ରଦାନ କରିବା ପାଇଁ ଦକ୍ଷିଣପନ୍ଥୀ ସରକାରଙ୍କ ଯୋଜନାକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଫାଇଭ ଷ୍ଟାର ମୁଭମେଣ୍ଟର ଡେପୁଟୀ ଲିୟୋନାର୍ଡ ଡୋନୋ, ସ୍ୱାଧୀନତା ସମର୍ଥକ ନଦର୍ଣ୍ଣ ଲିଗର ସ୍ଥାନୀୟ ମାମଲାର ମନ୍ତ୍ରୀ ରବର୍ଟୋ କାଲଡେରୋଲି ପାଖରେ ପହଞ୍ଚିଥିଲେ । ଏହାପରେ ଲିୟୋନାର୍ଡୋ ତାଙ୍କ ବେକରେ ଇଟାଲୀ ପତାକା ବାନ୍ଧିବା ପାଇଁ ଚେଷ୍ଟା କରିବାରୁ ବିବାଦ ଆରମ୍ଭ ହୋଇଥିଲା । ଏହିସବୁ ଅଞ୍ଚଳକୁ ଅଧିକ ସ୍ୱାଧୀନତା ଦେବାର ଯୋଜନାକୁ ନିନ୍ଦା କରିବା ହିଁ ଡୋନୋଙ୍କ ଏଭଳି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ତେବେ ଇଟାଲୀର ଏକତା ଭଙ୍ଗ କରିବା ପାଇଁ ଏଭଳି ହୋଇଥିବା ମଧ୍ୟ ଅନେକ ଲୋକେ ଆଲୋଚନା କରୁଛନ୍ତି । ତେବେ ଡୋନୋ କାଲଡେରୋଲିଙ୍କ ସହ ଏପରି କରିବା ଦେଖି ତାଙ୍କର ପ୍ରାୟ୨୦ ଜଣ ସାଥୀ ଲିଗର ପ୍ରତିନିଧି ଡୋନୋଙ୍କ ଉପରେ ଆକ୍ରମଣ କରିବା ପାଇଁ ପହଞ୍ଚି ଯାଇଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାରପିଟରେ ଡୋନୋ ଆହତ ହୋଇଥିବା ବେଳେ ତାଙ୍କୁ ହ୍ୱିଲ-ଚେୟାରରେ ହସ୍ପିଟାଲକୁ ନିଆଯାଇଛି ।

ତେବେ ଏହି ବିବାଦକୁ ନେଇ ବର୍ତ୍ତମାନ ଅନେକ ରାଜନୈତିକ ନେତା ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଏହାଭିତରେ ଡେଲା ସେରା ଏହି ମାମଲାରେ କମେଣ୍ଟ କରି କହିଛନ୍ତି ଯେ, “ସଦନ ବର୍ତ୍ତମାନ ଏକ ‘ବକ୍ସିଙ୍ଗ ରିଙ୍ଗ’ ପାଲଟି ଯାଇଛି ।” ଲିଗର ଆଇନଜୀବୀ ତଥା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ପାର୍ଟି ବ୍ରଦର୍ସ ଅଫ୍ ଇଟାଲୀ ଏହି ଘଟଣାରେ ଡୋନୋଙ୍କୁ ଅଭିଯୋଗ କରିଛନ୍ତି। ସେ ଡୋନୋଙ୍କ ଆଘାତର ଦାବିକୁ ମିଥ୍ୟା ବୋଲି ମଧ୍ୟ କହିଛନ୍ତି। M5S ‘ଗୁରୁତର ଏବଂ ଲଜ୍ଜାଜନକ ଆକ୍ରମଣ’କୁ ନିନ୍ଦା କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.