fbpx
BSKY
BJD SHG SKY
BJD YOUTH SKY

ବହୁ ଐତିହାସିକ ଘଟଣାର ମୂକସାକ୍ଷୀ ୯୬ ବର୍ଷର ପୁରୁଣା ସଂସଦ ଭବନ , ଜାଣନ୍ତୁ ଏବେ ଏହାକୁ ନେଇ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନର ପ୍ରଥମ ଦିନକୁ ଛାଡି ବାକି ଦିନର କାର୍ଯ୍ୟବାହୀ ନୂଆ ସଂସଦ ଭବନରେ ଆୟୋଜିତ ହେବ । ଗଣେଶ ଚତୁର୍ଥୀ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୯ରେ ନୂଆ ସଂସଦ ଭବନରେ କାର୍ଯ୍ୟବାହୀ ଆରମ୍ଭ ହେବ । ୧୮ ଜାନୁଆରୀ ୧୯୨୭ରେ ପୁରୁଣା ସଂସଦ ଭବନ ନିର୍ମାଣ ହୋଇଥିଲା ଓ ୧୮ ସେପ୍ଟେମ୍ବର ୨୦୨୩ରେ ଏହାର ବିଦାୟ ସମୟ ଧାର୍ଯ୍ୟ କରାଯାଇଛି ।

୯୬ ବର୍ଷର ଏହି ପୁରୁଣା ସଂସଦ ଭବନ ବହୁ ଐତିହାସିକ ଘଟଣାର ମୂକସାକ୍ଷୀ । ଏହା ବ୍ୟତିତ ଦେଶବାସୀଙ୍କ ଭାବନା ସହ ମଧ୍ୟ ଏହା ଜଡିତ ହୋଇ ରହିଛି । ସ୍ଥାନ ଓ କିଛି ସୁବିଧାର ଅଭାବ ଓ ଟେକ୍ନୋଲଜିର ଅଗ୍ରଗତିକୁ ଲକ୍ଷ୍ୟ କରି ସରକାର ନୂଆ ସଂସଦ ଭବନ ନିର୍ମାଣ କରାଇଛନ୍ତି । ୬୪,୫୦୦ ବର୍ଗମିଟର କ୍ଷେତ୍ରରେ ବ୍ୟାପ୍ତ ନୂଆ ସଂସଦ ଭବନରେ ସମସ୍ତ ଟେକନିକ୍ ସୁବିଧାରେ ଉପଲବ୍ଧ ଏବଂ ଏଥିରେ ଦୁଇ ଗୃହର ସିଟ୍ ସଂଖ୍ୟା ବି ବଢାଇ ଦିଆଯାଇଛି ।
ଚଳିତ ବର୍ଷ ୨୮ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନୂଆ ସଂସଦ ଭବନର ଉଦଘାଟନ କରିଥିଲେ ।

ଏବେ ସଂସଦର ବିଶେଷ ଅଧିବେଶନର ଦ୍ୱିତୀୟ ଦିନର କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବା ସହିତ ଏବେର ସଂସଦ ଭବନ ପୁରୁଣା ହୋଇଯିବ ଯେଉଁଥିରେ କିଛି ମରାମତିର ଆବଶ୍ୟକତା ରହିଛି । ମରାମତି ପରେ ଏହି ପୁରୁଣା ସଂସଦ ଭବନକୁ ଏକ ସ୍ଥାୟୀ ସଂଗ୍ରହାଳୟରେ ପରିବର୍ତ୍ତିତ କରି ଦିଆଯିବ । ଏହି ସଂଗ୍ରହାଳୟକୁ ଦେଶବିଦେଶରୁ ପର୍ଯ୍ୟଟକ ବୁଲି ଆସି ଭାରତର ଗୌରବମୟ ଐତିହ୍ୟ ସହ ପରିଚିତ ହେବେ । ଯେଉଁଠାରେ ଏବେ ସଂସଦର କାର୍ଯ୍ୟବାହୀ ଚାଲୁଛି ସେଠାରେ ପର୍ଯ୍ୟଟକଙ୍କ ବସିବା ଲାଗି ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.