(Video) ଏବେ ନୁହେଁ, ବିଶ୍ୱକପ୍‌ ଜିତିବା ପରେ ବାଣ ଫୁଟାଇବ; ହିଟ୍‌ମ୍ୟାନ୍‌ ତଥା ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମା

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ୫ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏସିଆ ବିଶ୍ୱ କପ୍ ୨୦୨୩ ଟାଇଟଲ୍ ବିଜୟ ହାସଲ କରିଛି । ଗତକାଲି ଶ୍ରୀଲଙ୍କାର ଖୁବ କମ ବ୍ୟବଧାନ ଅର୍ଥାତ ୫୧ ରନ୍ ଟାର୍ଗେଟକୁ ମାତ୍ର ୬.୧ ଓଭରରେ ହାସଲ କରି ଭାରତ ଏସିଆ ମହାଦେଶରେ ନୂଆ ଇତିହାସ ରଚିଛି । ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କାକୁ ନିଜ ଘରେ ହରାଇ ଭାରତ ଏସିଆ ବିଶ୍ୱ କପ୍ ଟାଇଟଲ ଉପରେ କବଜା କରିଛି। ଯାହାକୁ ନେଇ କ୍ରିକେଟ ପ୍ରେମୀ ତଥା ଭାରତବାସୀ ଖୁବ ଆନନ୍ଦିତ ହେବା ସହ ଧୁମଧାମରେ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଏସିଆ କପ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଭାରତକୁ ଫେରିଛନ୍ତି ।

ତେବେ ଭାରତ ଆସିବା ପରେ ହିଟ୍‌ମ୍ୟାନ୍‌ ତଥା ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମାଙ୍କ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି । ଫାଇନାଲ ମ୍ୟାଚରେ ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଥିବାବେଳେ ଷ୍ଟାଡିୟମରେ ବାଣ ଫୁଟୁଥିବାରୁ ତାଙ୍କୁ କିଛି ସମୟ ଚୁପ ରହିବାକୁ ପଡିଥିଲା। ଏହା ପରେ ରୋହିତ ହଠାତ୍‌ କହିଥିଲେ ଯେ, ବିଶ୍ୱକପ ଜିତିବା ପରେ ଏହାକୁ ଫୁଟାଇବ। ଏହା ଶୁଣି ସେଠାରେ ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ। ଏବେ ନୁହେଁ, ବିଶ୍ୱକପ୍‌ ଜିତିବା ପରେ ବାଣ ଫୁଟାଇବ ବୋଲି କହି ଇଣ୍ଡିଆ ଟିମ ପାଇଁ ଦିନିକିଆ ବିଶ୍ୱକପ ହାସଲ କରିବାକୁ ଅଧିକ ସମୟ ଲାଗିବ ନାହିଁ ବୋଲି ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ତେବେ ତାଙ୍କର ଏହି ମନ୍ତବ୍ୟ ସମସ୍ତଙ୍କ ହୃଦୟକୁ ଛୁଇଁଥିବା ବେଳେ ଭାରତୀୟଙ୍କ ଉତ୍ସାହକୁ ଦୁଇଗୁଣ କରିଛି ।

Get real time updates directly on you device, subscribe now.