fbpx
BJD
BJD SKY
BJD SKY

ମୃତ୍ୟୁ ହଠାତ୍ ମାଡ଼ି ଆସିଲା, ନେଇଗଲା ୧୭ ଜୀବନ, ୩୦ ଆହତ: ବଡ଼ ଖାଲ ମଧ୍ୟକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍

ନୂଆଦିଲ୍ଲୀ: ମୃତ୍ୟୁ ବଡ଼ ନିଷ୍ଠୁର । କେତେବେଳେ କାହାକୁ ଆରପାରିକୁ ନେଇଯାଉଛି, ତାହା ମଣିଷର କଳ୍ପନା ବାହାରେ । ତେବେ ଆଜି ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟି ୧୭ ଜଣ ଲୋକଙ୍କର ଜୀବନର ଦୀପ ଲାଭିଯାଇଛି । ଏଥିସହିତ ୩୦ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଗୋଟିଏ ଯାତ୍ରୀବାହୀ ବସ ହଠାତ୍ ରାସ୍ତା ପାଖର ଏକ ଖାଲରେ ପଶିଯିବାରୁ ଏଭଳି ଦୁର୍ଗତି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଯାତ୍ରୀଙ୍କ ରେସକ୍ୟୁ ଅପରେସନ ପ୍ରକ୍ରିୟା ଜାରି ରହିଛି ।

ଖବର ମୁତାବକ, ବାଂଲାଦେଶର ରାଜଧାନୀ ଢାକାରେ ଏଭଳି ଏକ ଦୁଃଖଦ ତଥା ଭୟଙ୍କର ଘଟଣା ଘଟିଯାଇଛି । ରାଜଧାନୀଠାରୁ ପାଖାପାଖି ୬୩ କି.ମି ଦୂର ଦକ୍ଷିଣ ମଦାରୀପୁର ଜିଲ୍ଲାରେ ଯାତ୍ରୀବାହୀ ବସଟି ଏକ ଖାଲକୁ ଓଲଟି ପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣା କାରଣରୁ ୧୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ହାଇୱେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ବସର ଡ୍ରାଇଭର ନିୟନ୍ତ୍ରଣ ହରାଇବା କାରଣରୁ ବସଟି ଖାଲ ମଧ୍ୟକୁ ପଶିଯାଇଥିବା କୁହାଯାଉଛି । ମଦାରୀପୁର ଏସପି ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ସହ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି ନେଇ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ସକାଳ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଦୁର୍ଘଟଣା ପରେ ବସଟି ୩୦ ଫୁଟ ଖାଲ ଭିତରେ ପଶିଯାଇଥିଲା । ସୂଚନାଯୋଗ୍ୟ ଯେ, ପୁରୁଣା ତଥା ନିମ୍ନମାନର ଯାନ ଏବଂ ରାସ୍ତା କାରଣରୁ ବାଂଲାଦେଶରେ କ୍ରମାଗତ ଭାବେ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି ।

Get real time updates directly on you device, subscribe now.