fbpx

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବଶୀଘ୍ର ମିଳିପାରେ ବଡ଼ ଉପହାର, ଏତିକି ବଢିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସରକାର ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି । କୁହାଯାଉଛି ଯେ, ଆସନ୍ତା ସପ୍ତାହରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗାଭତ୍ତା ବଢିବ ବୋଲି ଘୋଷଣା କରିଛନ୍ତି । ତେଣୁ କର୍ମଚାରୀମାନେ ନିଜ ଡିଏ ବଢିବାର ଅପେକ୍ଷାରେ ଅଛନ୍ତି । ଡିଏ ଏବଂ ଡିଆରରେ ଏହି ବଢିବା ଜାନୁଆରୀ ୨୦୨୩ ବର୍ଷର ପ୍ରଥମ ୬ମାସ ପାଇଁ ହେବ । ସରକାର କର୍ମଚାରୀ ମାନଙ୍କୁ ଜାନୁଆରୀ ଏବଂ ଫେବୃଆରୀରେ ବାକିଥିବା ଟଙ୍କା ଯୋଗ କରି ଦରମା ଦେଇପାରନ୍ତି ।

ସରକାର ପ୍ରତି ଛଅ ମାସରେ ଡିଏରେ ପରିବର୍ତ୍ତନ କରନ୍ତି । ମହଙ୍ଗା ଦରକୁ ଦେଖି କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏ ବଢାଇଥାନ୍ତି । ମହଙ୍ଗା ଯେତେ ଅଧିକ ହେବ, ଡିଏରେ ବଢିବା ସେତିକି ଅଧିକ ହୋଇଥାଏ । ଯଦି ସରକାର ମହଙ୍ଗା ଭତ୍ତାରେ ବଢାଇବା ନିଷ୍ପତ୍ତି ନେଇଛନ୍ତି ତେବେ ଏହାର ଫାଇଦା ପାଖାପାଖି ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୩ ଲକ୍ଷ ପେନସନଭୋଗୀଙ୍କୁ ହେବ ।

ଏମିତିରେ ଦେଖିବାକୁ ଗଲେ କେନ୍ଦ୍ରୀୟ କର୍ମଚାରୀଙ୍କ ବେସିକ-ପେ ୧,୮୦୦୦ ଟଙ୍କା, ତେବେ ୩୮ ପ୍ରତିଶତ ହିସାବରେ ୬,୮୪୦ ଟଙ୍କା ମହଙ୍ଗା ଭତ୍ତା ହୋଇଥାଏ । ସେହିପରି ଡିଏରେ ୪୨ ପ୍ରତିଶତ ହେଲେ ତେବେ କର୍ମଚାରୀଙ୍କ ଡିଏ ବଢି ୭,୫୬୦ଟଙ୍କା ହୋଇଯିବ । ସେହିପରି ବେସିକ-ପେ ରେ ଦେଖିଲେ ୫୬,୦୦୦ ଟଙ୍କା ଆଧାରରେ ମହଙ୍ଗା ଭତ୍ତା ୨୧,୨୮୦ ଟଙ୍କା ହେବ । ବର୍ତ୍ତମାନ ଏଥିରେ ଚାରି ପ୍ରତିଶତ ବଢିବା ହିସାବରେ ଏହା ୨୩,୫୨୦ ଟଙ୍କା ହୋଇଯିବ । ଏଥିରେ ମିନିମମ ବେସିକ ଦରମା ପାଉଥିବା କର୍ମଚାରୀଙ୍କୁ ପ୍ରତିମାସରେ ୭୨୦ ଟଙ୍କା ଏବଂ ବର୍ଷକୁ ୮,୬୪୦ ଟଙ୍କା ଲାଭ ହେବ ।

Get real time updates directly on you device, subscribe now.