fbpx
BSKY
BJD MC SKY
BJD YOUTH SKY

ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ମୁମ୍ବାଇ ବିମାନବନ୍ଦରରେ RT-PCR Test କରାଇବା ବାଧ୍ୟତାମୁଳକ, ନୂତନ ଭାରିଆଣ୍ଟକୁ ନେଇ ଡର

ମୁମ୍ବାଇ: କରୋନା ଭୁତାଣୁର ନୂତନ ଭାରିଆଣ୍ଟକୁ ଆଖି ଆଗରେ ରଖି ମୁମ୍ବାଇ ନଗର ନିଗମ ପକ୍ଷରୁ ଗାଇଡଲାଇନ୍ କୁ କଡ଼ା କଡ଼ି କରାଯାଇଛି । ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମାବଳଳୀ ଆହୁରି କଡ଼ା କରିଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଯେଉଁ ଯାତ୍ରୀ ମାନେ ମୁମ୍ବାଇ ବିମାନବନ୍ଦରରେ ନିଜ ଖର୍ଚ୍ଚରେ ଆରଟିପିସିଆର୍ ଟେଷ୍ଟ୍ କରାଇବା ବାଧ୍ୟତାମୁଳକ । ତେବେ ଏହି ନିୟମ ସେପ୍ଟେମ୍ବର ୩ ତାରିଖରୁ ଲାଗୁ ହେବ ।

ବିଏମସି ଅଧିକାରୀ ମାନେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୟୂରୋପ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବାଂଲାଦେଶ, ଚୀନ, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଭଳି ଦେଶରୁ ଆସୁଥିବା ଯାତ୍ରୀ ମାନଙ୍କ ଆରଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ । ଯାତ୍ରୀ ମାନେ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ନିଜ ଖର୍ଚ୍ଚରେ ଆରଟିପିସିଆର୍ ଟେଷ୍ଟ୍ କରିବେ । ତେବେ ଏହାର ଦାମ୍ ୬୦୦ ଟଙ୍କା ରଖାଯାଇଛି ।

Get real time updates directly on you device, subscribe now.