fbpx

Passport ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଏଣିକି ପୋଷ୍ଟ ଅଫିସରେ ମିଳିବ ପାସପୋର୍ଟ ସେବା

ନୂଆଦିଲ୍ଲୀ: ପାସପୋର୍ଟ ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ଆଜିଠାରୁ କେନ୍ଦ୍ର ସରକାର ପାସପୋର୍ଟ ନିୟମରେ ପରିବର୍ତ୍ତନ କରିଛନ୍ତି । ଏଣିକି ପୂର୍ବାପେକ୍ଷ ପାସପୋର୍ଟ ଆବେଦନ ସହଜ ହେବ । ଜନସାଧାରଣ ଏବେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର (ପିଓପିଏସକେଏସ)ରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ ।

ଦେଶରେ ପାସପୋର୍ଟ ଆବେଦନର ଡିମାଣ୍ଡ ବଢ଼ିବା କାରଣରୁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ (ପିସିସି)ର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଏପରି ଅପ୍ରତ୍ୟାଶିତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିଠାରୁ ପିସିସି ସେବା ପାଇଁ ଜନସାଧାରଣ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରରେ ଆବେଦନ କରିପାରିବେ ।

ଜନସାଧାରଣଙ୍କ ପାସପୋର୍ଟ ସମ୍ବନ୍ଧୀୟ ସେବାକୁ ଅଧିକ ସହଜ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ପିସିସିର ଚାହିଦା ବୃଦ୍ଧି ପାଇଥିବା ବେଳେ ଏବେ ଦେଶର ସମସ୍ତ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରରେ ଏବେ ଅନଲାଇନରେ ଆବେଦନ କରିହେବ । ଏହି ନୂଆ ପଦକ୍ଷେପ ଫଳରେ ବିଦେଶରେ ଚାକିରି କରିବାକୁ ଇଚ୍ଛୁକ ଥିବା ଯୁବକ, ଯୁବତୀଙ୍କ ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.