fbpx

ଦୈନିକ ବିୟର ପିଇଲେ ଆପଣଙ୍କଠାରେ Dementia ଆଶଙ୍କା ହ୍ରାସ ପାଇବ: ରିସର୍ଚ୍ଚ

ନୂଆଦିଲ୍ଲୀ: ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଯଦି ଜଣେ ବ୍ୟକ୍ତି ଏକ ନିର୍ଦ୍ଧାରିତ ମାତ୍ରାରେ ବିୟର ସେବନ କରୁଛନ୍ତି ତେବେ ତାଙ୍କଠାରେ ଡିମେନ୍ସିଆ ହେବାର ଆଶଙ୍କା ହ୍ରାସ ପାଇବ । ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଏପରି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏହି ଷ୍ଟଡିରେ ବିଶେଷଜ୍ଞମାନେ ୬୦ ବର୍ଷରୁ ଅଧିକ ବୟସର ୨୫ ହଜାର ଲୋକଙ୍କୁ ସାମିଲ କରିଥିଲେ ।

ସାଧାରଣ ଭାବେ ବିୟର ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଗ୍ରହଣ କରାଯାଇଥାଏ । ମାତ୍ର ଏକ୍ସପର୍ଟଙ୍କ ମତରେ, ଯଦି ଆପଣ ସୀମିତ ମାତ୍ରାରେ ଏହାକୁ ସେବନ କରୁଛନ୍ତି, ତେବେ ଏହାର ଫାଇଦା ଆପଣଙ୍କୁ ମିଳିପାରେ । ହାର୍ଟଡ୍ରିଙ୍କ, ବିୟର, ଜିନ, ଭୋଡ଼କା ଆଦି ବିଭିନ୍ନ ପ୍ରକାରର ମଦ ରହିଛି । ମାତ୍ର ବୈଜ୍ଞାନିକମାନେ ବିଶେଷ କରି ବିୟର ସେବନକାରୀଙ୍କ ଉପରେ ସେମାନେ ମତାମତ ଜାହିର କରିଛନ୍ତି ।

ରିସର୍ଚ୍ଚ ଅନୁଯାୟୀ, ପ୍ରତ୍ୟେକ ରାତିରେ ବିୟର ପିଇଲେ ଆପଣଙ୍କଠାରେ ଡିମେନ୍ସିଆର ଆଶଙ୍କା ହ୍ରାସ ପାଇବାର ସମ୍ଭାବନା ରହିଛି । ଏହାର ଅର୍ଥ ନୁହେଁ ଯେ ଆପଣମାନେ ମନଇଚ୍ଛା ବିୟର ସେବନ କରିବେ । ବହୁତ କମ୍ ମାତ୍ରାରେ ବିୟର ସେବନ କରିବା ଆମ ସ୍ୱାସ୍ଥ୍ୟକୁ ଫାଇଦା ଦେଇପାରେ । ଯେଉଁମାନେ ଦିନକୁ ୯୪୬ ମିଲି ବିୟର ସେବନ କରନ୍ତି, ସେମାନଙ୍କର ମେମୋରି ଲସ୍ ଅନ୍ୟମାନଙ୍କ ତୁଳନାରେ ଏକତୃତୀୟାଂଶ କମ୍ ରହିଥିଲା । ସେହିପରି ବିୟର ପିଉ ନଥିବା ଲୋକମାନଙ୍କୁ ଏ କ୍ଷେତ୍ରରେ ବିପଦର ସାମ୍ନା କରିବାକୁ ପଡ଼ିଥିଲା । ଏମାନଙ୍କ ଠାରେ ବିୟର ସେବନକାରୀଙ୍କ ଅପେକ୍ଷା ୫ ଗୁଣ ଅଧିକ ଡିମେନ୍ସିଆର ଆଶଙ୍କା ରହିଥିଲା ।

Get real time updates directly on you device, subscribe now.