fbpx
BSKY
BJD SHG SKY
BJD YOUTH SKY

ରିଲିଜ ପୂର୍ବରୁ ‘ପଠାନ’ର ଗର୍ଜନ, ୨୪୦୦ ଟଙ୍କାରେ ବିକ୍ରି ହେଉଛି ଟିକେଟ

ନୂଆଦିଲ୍ଲୀ: ଶାହାରୁକ ଖାନଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ପଠାନ ରିଲିଜ ପୂର୍ବରୁ କ୍ରାନ୍ତି ଆଣିଛି । ଫିଲ୍ମର ଅଗ୍ରାଧିକ ବୁକିଂ ଜୋରସୋରରେ ଚାଲିଛି । ଏହି ଫିଲ୍ମରେ ଶାହାରୁଖ ଖାନ ୪ ବର୍ଷ ପରେ ଆସିଥିବାରୁ ତାଙ୍କ ଫ୍ୟାନ୍ସ ମାନେ ଚାତୁରତାର ସହ ଅନେଇ ବସିଛନ୍ତି ତାଙ୍କୁ ଦେଖିବା ପାଇଁ । ସେଥିପାଇଁ ପ୍ରଶଂସକମାନେ ୧୦୦୦ ଟଙ୍କା ଉପରକୁ ଟିକେଟ କାଟି ଫିଲ୍ମ ଦେଖିବାକୁ ଯାଉଛନ୍ତି । ୨୦ ଜାନୁଆରୀରୁ ଏହି ଫିଲ୍ମର ଅଗ୍ରାଧିକ ବୁକିଂ ଆରମ୍ଭ ହୋଇଛି । ତେବେ ଏହି ଫିଲ୍ମ ଟିକେଟର ମୂଲ୍ୟ ଆକାଶ ଛୁଇଁବାକୁ ବସିଲାଣି । କିନ୍ତୁ ଶାହାରୁଖ ଖାନଙ୍କ ଫ୍ୟାନ୍ସ ମାନେ ଫିଲ୍ମ ଦେଖିବା ପାଇଁ ମହଙ୍ଗା ରୁ ମହଙ୍ଗା ଟିକେଟ ବୁକିଂ କରୁଛନ୍ତି ।

ଦିଲ୍ଲୀର ଗୁରୁଗ୍ରାମ ଆମ୍ବିଆନ୍ସ ମଲ୍ ରେ ପଠାନର ଟିକେଟ ୨୪୦୦, ୨୨୦୦ ଏବଂ ୨୦୦୦ ହଜାରରେ ବିକ୍ରି ହେଉଛି । ଟିକେଟ ଏତେ ମହଙ୍ଗା ହୋଇଥିଲେ ମଧ୍ୟ ସବୁ ଶୋ ଫୁଲ ରହିଛି । ତେବେ ପଠାନକୁ ନେଇ ଲାଗିଥିବା ବିବାଦ ଫ୍ୟାନ୍ସଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ । ସେମାନେ କେବଳ ଚାହୁଁଛନ୍ତି ବାଦଶାହଙ୍କୁ ଫିଲ୍ମ ପରଦାରେ ଦେଖିବେ କିପରି ।

ଶାହାରୁଖ ଖାନଙ୍କ ପଠାନ ଫିଲ୍ମ ଜାନୁଆରୀ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଦିଲ୍ଲୀର କିଛି କିଛି ମଲ୍ଟିପ୍ଲେକ୍ସରେ ପଠାନର ଟିକେଟ ୨୧୦୦ ଟଙ୍କାରେ ବିକ୍ରି ହୋଇଛି । ଅନ୍ୟପଟେ ମଣ୍ଣିଙ୍ଗ ଶୋ ଟିକେଟ ୧୦୦୦ ଟଙ୍କାରେ ବିକ୍ରି ହୋଇଛି । ତେବେ ଫିଲ୍ମର ଅଗ୍ରାଧିକ ବୁକିଂ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ପଠାନ ୧୪.୬୬ କୋଟି କଲେକ୍ସନ କରିସାରିଲାଣି ।

Get real time updates directly on you device, subscribe now.