fbpx

୩ ଦିନ ପାଇଁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିଅମ୍ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ ଦିନ ବନ୍ଦ ରହିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିଅମ । ଡିସେମ୍ବର ୩୧, ଜାନୁଆରି ୧ ଏବଂ ୨ ତିନି ଦିନ ବନ୍ଦ ରହିବ ପ୍ଲାନେଟାରିଅମ । ଏହା ୩ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରହିବ ।ନୂତନ କୋଭିଡ୍ ଭାରିଆଣ୍ଟ ଓମିକ୍ରନ୍ର ବିସ୍ତାରକୁ ଦୃଷ୍ଟିରେ ରଖି ଏକ ସତର୍କତା ମୂଳକ ଭାବେ ପ୍ଲାନେଟୋରିୟମ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହା ସହିତ ବୁର୍ଲା ସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟରିଅମ ମଧ୍ୟ ୩ ଦିନ ପାଇଁ ବନ୍ଦ ରହିବ ।

ତେବେ କରୋନାର ନୂଆ ଭାରିଆଣ୍ଟ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଛି ଆଇଏଲଏସ ।ଏହି କ୍ରମରେ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓ ଗତ ୨୬ରେ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତକାଲି ପୁଣି ଜଣେ ନୂଆ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି ।

Get real time updates directly on you device, subscribe now.