fbpx

ମେଡିକାଲରେ ଅନ୍ଧ ବିଶ୍ୱାସର ପ୍ରହସନ: ରୋଗୀଙ୍କୁ ଚିକିତ୍ସା ନ କରି ଚାଲିଛି ଝଡାଫୁଙ୍କା

Advertisement

ଅନୁଗୋଳ: ମେଡିକାଲରେ ଚିକିତ୍ସା ବଦଳରେ ଚାଲିଛି ଝଡାଫୁଙ୍କା । ମନ୍ତ୍ର ପଢା ସହିତ ଝୁଣା ଧୂପକ୍ଷହ ଚାଲିଛି ପୂଜା । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଲାଣି । ଜ୍ଞାନକୌଶଳ ଏବଂ ମେକାନିକାଲ ବିଭାଗରେ ଦେଶ ଏବଂ ରାଜ୍ୟ ଖୁବ ଆଗକୁ ବଢୁଥିବା ବେଳେ ମେଡିକାଲ ପରିସରରେ ହିଁ ଅନ୍ଧବିଶ୍ୱାସର ଉଦାହରଣ ଦେକାଯାଇଛି । ବିଶ୍ୱାସ ନହେଲେ ବି କଥାଟା ଏକଦମ ସତ ।

ସୂଚନା ଅନୁସାରେ ଜଣେ ରୋଗୀ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟରେ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ । ରୋଗୀଙ୍କ ମାନସିକ ସ୍ଥିତି ମଧ୍ୟ ଠିକ ନଥିଲା । ତେଣୁ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେହି ୱାର୍ଡର ଜଣେ ରୋଗୀ ସର୍ମ୍ପକୀୟ ପ୍ରହସନ ଆରମ୍ଭ କରିଥିଲେ । ରୋଗୀଙ୍କୁ ପ୍ରେତାତ୍ମା ଲାଗିଛି, ତେଣୁ ବାଉଳି ସେ ଏମିତି ହେଉଛନ୍ତି ବୋଲି କହି ସେ ଏସବୁ ଆରମ୍ଭ କରିଛନ୍ତି । ମାନସିକ ବିକୃତ ରୋଗୀଙ୍କୁ ବାନ୍ଧି ମନ୍ତ୍ର ପାଠ ଏବଂ ଝଡ଼ା ଫୁଙ୍କା ଉଦ୍ୟମ ଆରମ୍ଭ କରିବା ସହ ଏକ ଧର୍ମୀୟପୁସ୍ତକ ପଢ଼ି ଆଶୀର୍ବାଦ କରିଥିଲେ ସେହି ବ୍ୟକ୍ତ ଜଣକ । ୱାର୍ଡ ଭିତରେ ଏ ଡ୍ରାମା ଚାଲିଥିବା ବେଳେ ଅନ୍ୟ ୱାର୍ଡରୁ ରୋଗୀମାନେ ମଧ୍ୟ ସେଠାରେ ଭିଡ଼ ଜମାଇଥିଲେ ।

ତେବେ ରୋଗୀ ଏସବୁ କାରନାମାକୁ ବିରୋଧ କରିଥିଲେ ବି କେହି ତାଙ୍କ କଥାକୁ ଶୁଣି ନଥିଲେ । ତାଙ୍କୁ ଜାବୁଡ଼ି ଧରି ଝଡାଫୁଙ୍କା ଏବଂ ପ୍ରହସନ ଜାରି ରଖିଥିଲେ । ତେବେ ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ରୋଗୀ ନେଇ ଯାଇଥିବା ଜଣେ ସମାଜସେବୀ ଏହି ଘଟଣାକୁ ବିରୋଧ କରିଥିଲେ । ପରେ ଏ ଘଟଣା ମେଡିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ପରେ ଏହାକୁ ବାରଣ କରାଯାଇଥିଲା । ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା କିପରି ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.