fbpx

ଡାକ୍ତରଙ୍କ କାନ କାମୁଡ଼ିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର ଅଫିସ୍, ୧୦ା୫ (ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲରେ ଜଣେ ଡାକ୍ତରଙ୍କ କାନକୁ ଜଣେ ରୋଗୀଙ୍କ ସମ୍ପର୍କୀୟ କାମୁଡ଼ି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ଏମକେସିଜିର ଲେବର ରୁମରେ ଏପରି ଅଘଟଣ ଘଟିଛି । ତେବେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ନେଇ ତାଙ୍କ ସମ୍ପର୍କୀୟ ଅସନ୍ତୁଷ୍ଟ ଥିବାରୁ ଏପରି କରିଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପଚରାଉଚୁରା ଚଳାଇଛି । ଡାକ୍ତରଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଲେବର ରୁମରେ ପ୍ରବେଶ ଅନୁମତି ନମିଳିବାରୁ ଉତକ୍ଷୀପ୍ତ ହୋଇ ପ୍ରସୂତୀଙ୍କ ସ୍ୱାମୀ ଏପରି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.