fbpx

ବିହାର ସରକାରଙ୍କ ବଡ ନିଷ୍ପତ୍ତି – ଏକ ମାସ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଜାରି କରାଯିବ ୧ କୋଟି ନୂଆ ଆୟୁଷମାନ କାର୍ଡ

ପାଟନା: ବିହାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଶୁକ୍ରବାର ଦିନ କେନ୍ଦ୍ରର ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧୀନରେ ଏକ କୋଟି ନୂଆ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏବି ପିଏମ-ଜେଏୱାଇ ହେଉଛି କେନ୍ଦ୍ର ସରକାରଙ୍କ ଏକ ଜାତୀୟ ଜନସ୍ୱାସ୍ଥ୍ୟ ବୀମା ଯୋଜନା ଯାହା ଦେଶରେ ସ୍ୱଳ୍ପ ଆୟ କରୁଥିବା ଲୋକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା କଭରେଜ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହା ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଏବଂ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ôଥକ ଅନୁଦାନ ପ୍ରାପ୍ତ ।

ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ପ୍ରତି ଏହି କାର୍ଡର ପ୍ରାୟ ୨.୯୨ କୋଟି ଲାଭ ଉଠାଉଛନ୍ତିି, ବିହାର ରାଜ୍ୟ ସ୍ୱାସ୍ଥ୍ୟ ସମାଜ (ଏସଏଚଏସବି) ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଯୋଗ୍ୟ ହିତାଧିକାରୀଙ୍କୁ ଏକ ମାସ ମଧ୍ୟରେ ଏକ କୋଟି ନୂଆ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ବିହାରରେ ପ୍ରାୟ ୨.୯୨ କୋଟି ଲୋକ ଏବି ଏବି ପିଏମ-ଜେଏୱାଇ ର ସୁବିଧା ପାଇଛନ୍ତି । ଏବି ପିଏମ-ଜେଏୱାଇ ତଥ୍ୟ ଅନୁଯାୟୀ, ଏକ ମାସ ମଧ୍ୟରେ ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ୩,୪୫,୭୮୫ କାର୍ଡ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.