fbpx

ସୁପ୍ରିମକୋର୍ଟରୁ ପବନ ଗୁପ୍ତାକୁ ଝଟକା: କ୍ୟୁରେଟିଭ ପିଟିସନ୍ ଖାରଜ, କାଲି ସକାଳେ ସମସ୍ତ ଦୋଷୀଙ୍କୁ ଦିଆଯିବ ଫାଶୀ

ନୂଆଦିଲ୍ଲୀ,୧୯ ।୩: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ ଗୁପ୍ତାକୁ ସୁପ୍ରିମକୋର୍ଟଙ୍କ ଝଟକା । ପବନର କ୍ୟୁରେଟିଭ୍ ପିଟିସନ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଆବେଦନ କରିଥିଲା ଦୋଷୀ ପବନ । ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ସେ ଆବେଦନ କରିଥିଲା, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ତେବେ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ସକାଳ ୫.୩୦ରେ ଫାଶୀରେ ଝୁଲାଇବା ପାଇଁ ଡେଥ୍ ୱାରେଣ୍ଟ ଜାରି କରିଥିଲେ କୋର୍ଟ । ସୁପ୍ରିମକୋର୍ଟଙ୍କ ଖାରଜ ପରେ ଆସନ୍ତାକାଲି ସମସ୍ତ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ ।

Get real time updates directly on you device, subscribe now.