ଗାଡିବାଲାଙ୍କ ବାକି ପଇସା ଦେଉନାହାନ୍ତି ରାହୁଲ, ନ୍ୟାୟ ଯାତ୍ରାରେ ସାମିଲ ଗାଡିବାଲା ଆଣିଲେ ଏପରି ଅଭିଯୋଗ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାରେ ସାମିଲ ଗାଡିର ପଇସା ଦେଇନାହାନ୍ତି ରାହୁଲ । ଏପରି ଅଭିଯୋଗ ଆଣିଛନ୍ତି ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବା ଗାଡି ମାଲିକମାନେ ।

ଦିଲ୍ଲୀରେ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିବା ବୁଲନ୍ଦସହର ଅନୁପସହର ଥାନା କ୍ଷେତ୍ରରେ ଆସୁଥିବା ରୋରା ଗ୍ରାମ ନିବାସୀ ମୋତି, ସତୈନ୍ଦ୍ର, ଧର୍ମେନ୍ଦ୍ର ଓ ରାମକିଶନ ଯାତ୍ରାରେ ସାମିଲ ୨୫ରୁ ଅଧିକ ବାହନକୁ ସେମାନଙ୍କ ପଇସା ଦେଇନାହାନ୍ତି ବୋଲି ଅଭିଯୋଗ ଆସିଛି । ସେମାନେ କହିଛନ୍ତି ଯାତ୍ରାରେ ସାମିଲ ଲୋକମାନେ ବହୁବାର କହିବା ପରେ ବି ଏ ପର୍ଯ୍ୟନ୍ତ ସେମାନଙ୍କୁ ପଇସା ଦିଆଯାଉନାହିଁ ।

ସେମାନେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଦ୍ୱାରା ବାହାର କରାଯାଇଥିବା ଭାରତ ଯୋଡ ନ୍ୟାୟ ଯାତ୍ରାରେ ଆମ କଣ୍ଟେନର ଗାଡି ସାମିଲ ହୋଇଥିଲା । କିନ୍ତୁ ଏହି ସମସ୍ତ ବାହାନର ଲକ୍ଷ ଲକ୍ଷ ଟଙ୍କା ବାକି ରହିଛି ଯାହା ରାହୁଲ ଗାନ୍ଧୀ ଏ ପର୍ଯ୍ୟନ୍ତ ଦେଇନାହାନ୍ତି । ଏହା ବ୍ୟତିତ ଗତ ବର୍ଷ କଂଗ୍ରେସ ପକ୍ଷରୁ ବାହାର କରାଯାଇଥିବା ଯାତ୍ରାରେ ସାମିଲ ଗାଡିର ବାକି ପଇସା ମଧ୍ୟ ଏ ପର୍ଯ୍ୟନ୍ତ ଆମକୁ ମିଳିନାହିଁ ।

Get real time updates directly on you device, subscribe now.