fbpx
BJD SKY
BJD SKY

ନୂଆବର୍ଷ ପୂର୍ବରୁ Paytm ଦେଲା ବଡ ଝଟ୍‌କା, ୧୦୦୦ରୁ ଅଧିକ ଲୋକଙ୍କ ଚାକିରୀ ଗଲା

BJD

ନୂଆଦିଲ୍ଲୀ: ବର୍ଷ ୨୦୨୩ ସରିବାକୁ ଆଉ ମାତ୍ର ୬ ଦିନ ବାକି ଅଛି । ସାରା ଦେଶରେ ବର୍ଷ ୨୦୨୪କୁ ସ୍ୱାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବହୁ ଛୋଟ ବଡ କମ୍ପାନୀରେ ବି ନୂଆବର୍ଷର ମାହୋଲ ଦେଖିବାକୁ ମିଳିଲାଣି । କିନ୍ତୁ ଅନଲାଇନ୍ ପେମେଣ୍ଟ ସର୍ଭିସ ପ୍ରଦାନ କରୁଥିବା ଲୋକପ୍ରିୟ କମ୍ପାନୀ Paytm ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଏହାର କର୍ମଚାରୀଙ୍କୁ ବଡ ଝଟକା ଦେଇଛି ।Paytm ର ପ୍ୟାରେଣ୍ଟ କମ୍ପାନୀ Paytm ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି ।

Paytm କଷ୍ଟ କଟିଂ ଓ ଏହାର ବିଜନେସ୍‌କୁ ବ୍ୟବସ୍ଥିତ କରିବା ଲାଗି ଏହି ବଡ ପଦକ୍ଷେପ ନେଇଛି । ଏହା ସହିତ ସଂକେତ ଦେଇଛି କି ଆଗାମୀ ଦିନରେ ଏପରି ନିଷ୍ପତ୍ତି ଜାରି ରହିବ । ରିପୋର୍ଟ ଅନୁସାରେ ଏହି ଛଟେଇ ଆଗାମୀ କିଛି ମାସ ମଧ୍ୟରେ ହୋଇଛି ।

ବିଜୟ ଶେଖର ବର୍ମାଙ୍କ କମ୍ପାନୀ Paytm ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା Paytmର ପ୍ରାୟ ୧୦% ୱାର୍କଫୋର୍ସ ପ୍ରଭାବିତ ହୋଇଛନ୍ତି । ଗତ କିଛି ସମୟ ଭିତରେ ଫିନଟେକ୍ କମ୍ପାନୀରେ ହୋଇଥିବା ବଡ ଛଟେଇରେ ଏବେ Paytmର ନାମ ସାମିଲ ହୋଇଯାଇଛି । ତେବେ Paytmର ଏହି ଛଟେଇ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବ କମ୍ପାନୀର ଲୋନ୍ ବିଜନେସ୍ ସହ ଜଡିତ ବିଭାଗ ଉପରେ ପଡିଛି । ତେବେ କମ୍ପାନୀ ଏହାର ସଞ୍ଚାଳନ AI Automation ଦ୍ୱାରା କରିବାକୁ ନିଷ୍ପତ୍ତି ନେଇଥିବାରୁ ଏପରି ଛଟେଇ କରିଛି ବୋଲି ଏହାର ପ୍ରବକ୍ତା କହିଛନ୍ତି ।

Get real time updates directly on you device, subscribe now.