fbpx

ପ୍ରତିବର୍ଷ Decemberରେ କାହିଁକି ମାରାତ୍ମକ ହେଉଛି କରୋନା? ପୁଣି ଡରାଇଲାଣି ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ଭୟଙ୍କର ରୂପ ଧାରଣ କରିଛି କରୋନା ଭାଇରସ । ୨୦୧୯ ମସିହା ପ୍ରାରମ୍ଭିକ ସମୟରେ ସାରା ବିଶ୍ୱ କ୍ରୀସମାସ ପରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଯୋଜନା କରୁଥିବା ବେଳେ ଦେଶରେ ପାଦ ଥାପିଥିଲା କରୋନା । ଚୀନରେ ପ୍ରଥମେ ଚିହ୍ନଟ ହୋଇଥିବା ଏକ ଅଜଣା ଭାଇରସ ହଠାତ୍ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ତେବେ ଆଜି ୪ ବର୍ଷ ପରେ କରୋନା ମହାମାରୀ ହ୍ରାସ ପାଇଛି ସତ, କିନ୍ତୁ ଏହି ଭୂତାଣୁ ଏବେ ବି ଆମ ଚାରିପାଖରେ ଘୁରି ବୁଲୁଛି । ଚଳିତବର୍ଷ ପୁଣିଥରେ କରୋନାର ନୂଆ ଭାରିଆଣ୍ଟ ଜେଏନ.୧କୁ ନେଇ ଏବେ ସାଧାରଣ ଲୋକଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । ଜେଏନ.୧ ଭାରିଆଣ୍ଟ ପୂର୍ବାପେକ୍ଷା ବିପଦଜନକ ନୁହେଁ, କିନ୍ତୁ ଏଥିପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ପ୍ରତିବର୍ଷ ଡିସେମ୍ବରରେ କାହିଁକି ମାରାତ୍ମକ ହେଉଛି କରୋନା?

କୋଭିଡ-୧୯ର ୩ଟି ବଡ଼ ମ୍ୟୁଟେସନ୍:

ଡିସେମ୍ବର ୨୦୨୦: ଆଲଫା (ବି.୧.୧.୭), ବିଟା (ବି.୧.୩୫୧), ଏବଂ ଗାମା (ପି.୧) । ସେହିପରି ଏଥିପାଇଁ ଲକଡାଉନ୍ କୋହଳ ହେବାର କିଛି ମାସ ପରେ ଡିସେମ୍ବର ୨୦୨୧ ରେ ନୂଆ ଭାରିଆଣ୍ଟ ଓମିକ୍ରନ୍ ସାରା ବିଶ୍ୱକୁ କଲବଲ କରିଥିଲା । ତେବେ ଡିସେମ୍ବର ୨୦୨୨ ରେ, କୌଣସି ନୂଆ ବା ଭୟଙ୍କର ଭାରିଆଣ୍ଟକୁ ଚିହ୍ନଟ କରାଯାଇ ନଥିବା ସମୟରେ ସାରା ବିଶ୍ୱ ଆଶ୍ୱସ୍ତି ଲାଭ କରିଥିଲା । କିନ୍ତୁ ପରେ ଓମିକ୍ରନର ସବଭାରିଆଣ୍ଟସ ବିଏ.୨ ଏବଂ ବିଏ.୫ ପୁଣିଥରେ କରୋନା ଭାଇରସର ଭୟକୁ ଦ୍ୱିଗୁଣିତ କରିଥିଲା ।

ତେବେ ଚଳିତବର୍ଷ ଡିସେମ୍ବରରେ ଓମିକ୍ରନର ଆଉ ଏକ ଭାରିଆଣ୍ଟ ଜେଏନ.୧ ଭାଇରସ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ୪ ବର୍ଷରୁ କରୋନାର ବିଭିନ୍ନ ପର୍ୟ୍ୟାୟ ମଧ୍ୟରେ ଗୋଟିଏ ଜିନିଷ ସମାନତା ରହିଛି । ତାହା ହେଉଛି ଡିସେମ୍ବର ମାସ । ପ୍ରତ୍ୟେକ ବର୍ଷର ଡିସେମ୍ବର ମାସରେ ହିଁ କରୋନାର ଏକ ନୂଆ ଭାରିଆଣ୍ଟ ଏଣ୍ଟ୍ରି କରିବା ସହ ସଂକ୍ରମଣ ବୃଦ୍ଧି କରୁଛି ।

କାହିଁକି ଡିସେମ୍ବର?

ରିସର୍ଚ୍ଚରୁ ଜଣାଯାଇଛି ଯେ, କୋଭିଡ୍ -୧୯ ମାମଲାଗୁଡ଼ିକର ବୃଦ୍ଧି ପଛରେ ଥଣ୍ଡା ଏବଂ ଶୁଷ୍କ ଶୀତ ଏକ ତ୍ୱରାନ୍ୱିତ କାରକ ଭାବରେ ବିବେଚନା କରାଯାଉଛି । ତେବେ ମହାମାରୀର ପ୍ରଥମ ଲହର ସମୟରେ ପାଗ ପରିସ୍ଥିତି ଜୀବାଣୁ କିପରି ସହଜରେ ବିସ୍ତାର କରିଥିଲା ଡେଲଟା ଭାରିଆଣ୍ଟରୁ ସୃଷ୍ଟି ହୋଇଥିବା ଦ୍ୱିତୀୟ ଲହର ଉପରେ ରିସର୍ଚ୍ଚ କରିବା ପରେ ଜଣାପଡିଛି । ଶୀତଋତୁରେ ତାପମାତ୍ରା ହ୍ରାସ ପାଇବା ସହ ବାୟୁ ଶୁଷ୍କ ହୋଇଯିବାରୁ ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକରେ କୋଭିଡ୍ -୧୯ ବ୍ୟାପିବା ଆରମ୍ଭ ହୋଇଥିଲା । ଚାଇନାର ସିଚୁଆନ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ୟୁନିଭରସିଟିର ଅଧ୍ୟୟନରୁ ଜଣାପଡିଛି ଯେ, ଥଣ୍ଡା ଅବସ୍ଥାରେ ରହୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର କରୋନା ଭାଇରସରେ ସଂକ୍ରମଣ ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.