fbpx
BJD SKY
BJD SKY

ମଧ୍ୟପ୍ରଦେଶ କ୍ୟାବିନେଟ ବିସ୍ତାର; ମନ୍ତ୍ରୀପଦ ପାଇଁ ତାଲିକାରେ ସାମିଲ ରହିଛି ଏହି ନାମ…

BJD

ଭୋପାଳ: ଆଜି ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ତାଙ୍କ ଜନ୍ମଦିନକୁ ଦେଶରେ ସୁଶାସନ ଦିବସ(Good Governance Day) ଭାବରେ ପାଳନ କାଯାଇଥାଏ । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନେତୃତ୍ୱାଧୀନ ସରକାରର ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସକାଳ ୯ଟା ୩୦ରେ ରାଜ୍ୟପାଳ ମଙ୍ଗୁ ଭାଇ ପଟେଲଙ୍କୁ ନୂଆ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଥିଲେ ।

ଏହି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ କିଛି ଦିନ ହେବା ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ଏହି ମନ୍ତ୍ରୀମଣ୍ଡଳରେ ଅନେକ ନୂତନ ଚେହେରାଙ୍କୁ ଗୁରୁ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ଏହି ରେସରେ ପ୍ରହ୍ଲାଦ ପଟେଲ, କୈଳାଶ ବିଜୟବର୍ଗୀୟ, ଅର୍ଚ୍ଚନା ଚିଟନିସ୍, ବିଜୟ ଶାହ, ଗୋବିନ୍ଦ ରାଜପୁତ, ରାକେଶ ସିଂ, ଉଦୟ ପ୍ରତାପ ସିଂ, ରୀତି ପାଠକ, ଭୁପେନ୍ଦ୍ର ସିଂ, ନାଗର ସିଂ ଚୋ÷ହାନ, ନିର୍ମଲା ଭୁରିଆ, ଓମ୍ ପ୍ରକାଶ ଧୁର୍ବେ, ନାରାୟଣ କୁଶବାହ, କୁଁୱର ସିଂ ଟେକାମକ, ବିଷ୍ଣୁ ଖତ୍ରୀ କୃଷ୍ଣା, ରାମେଶ୍ୱର ଶର୍ମା, ପ୍ରଦ୍ୟୁମ୍ନ ସିଂ ତୋମରଙ୍କ ଭଳି ଅନେକ ନାମ କ୍ୟାବିନେଟ ତାଲିକାରେ ସାମିଲ ରହିଛି ।

Get real time updates directly on you device, subscribe now.