fbpx

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲଗାଇଥିବା ଚାଳକଙ୍କୁ ଚେତାବନୀ: ଜୁନ୍ ୨୩ ତାରିଖରୁ ଗଣୀବେ ତଣ୍ଡ

Advertisement

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଲଗାଇଥିବା ଚାଳକମାନେ ହୋଇଯାଆନ୍ତୁ ସାବାଧାନ। ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଏଣିକି ଗଣୀବାକୁ ପଡ଼ିବ ତଣ୍ଡ। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ (ଏଚ୍‍.ଏସ୍‍.ଆର.ପି.) ଲଗାଇବାର ଅବଧି ଆଜି ଶେଷ ହୋଇଛି । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଜୁନ୍‍ ୨୩ ତାରିଖରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‍ ନ ଥିବା ଯାନଗୁଡ଼ିକୁ ଯାଞ୍ଚ ଲାଗିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଜୁନ୍‍ ୨୩ରୁ ଏଚ୍‍.ଏସ୍‍.ଆର.ପି. ନଥିବା ଯାନଗୁଡ଼ିକ ବିରୋଧରେ ଇ-ଚାଲାଣ କରାଯାଇ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନେ ଶୀଘ୍ର ଏଚ୍‍.ଏସ୍‍.ଆର.ପି ଲଗାଇବାକୁ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର କହିଛନ୍ତି ।

 

 

Get real time updates directly on you device, subscribe now.