fbpx

ସମସ୍ତ ପେନସନଧାରୀଙ୍କ ପାଇଁ ଖୁସି ଖବର, ଏଣିକି ହ୍ୱାଟସଆପ୍, ଏସଏମଏସ୍ ଓ ଇ-ମେଲରେ ପାଇପାରିବେ ସମସ୍ତ ଅପଡେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀମାନେ ଆଉ ବାରମ୍ବାର ବ୍ୟାଙ୍କକୁ ଯିବା ଦରକାର ନାହିଁ । ଏଣିକି ନିଜ ଆକାଉଣ୍ଟର ସମସ୍ତ ବିବରଣୀ ହ୍ୱାଟସଆପ୍, ଏସଏମଏସ୍ ଓ ଇ-ମେଲ୍ ମାଧ୍ୟମରେ ଉପଲବ୍ଧ ହେବ । ଏଥିପାଇଁ ପେନସନଧାରୀଙ୍କୁ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରକୁ ବ୍ୟବହାର କରିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ୬୨ ଲକ୍ଷ ପେନସନଧାରୀ ଉପକୃତ ହୋଇପାରିବେ । ଏହି ସେବା ଜନତାଙ୍କ ପାଇଁ ବହୁତ ଜରୁରୀ ହୋଇଥିବାରୁ ଏହି କାର୍ଯ୍ୟକୁ ସମାଜ ମଙ୍ଗଳ କାର୍ଯ୍ୟ ରୂପେ ଗ୍ରହଣ କରିବାକୁ ସରକାର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସାଧାରଣତଃ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ, ମହଙ୍ଗା ଭତ୍ତା, ଡିଏ, ଡିଆର ଏରିଅର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ପେନସନ୍ ସ୍ଲିପ ନିହାତି ଆବଶ୍ୟକ ହୋଇଥାଏ । ପେନସନଧାରୀଙ୍କ ସୁବିଧା ପାଇଁ ମୋଦି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟ ପାଇଁ ହ୍ୱାଟସଆପ୍ ପରି ସୋସିଆଲ ମିଡ଼ିଆର ସହାୟତା ନିଆଯାଇ ପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ପେନସନଧାରୀଙ୍କ ପାଖକୁ ବ୍ୟାଙ୍କ ତରଫରୁ ପଠାଯାଉଥିବା ସ୍ଲିପରେ ପେନସନ୍ ସମ୍ବନ୍ଧୀୟ ସମସ୍ତ ବିବରଣୀ ରହିବା ଦରକାର । କେତେ ମାତ୍ରାରେ ଟ୍ୟାକ୍ସ କଟିଛି ବା କେତେ ପରିମାଣର ରାଶି ପେନସନ ଖାତାରେ ଜମା ହୋଇଛି, ସେନେଇ ସମସ୍ତ ତଥ୍ୟ ପେନସନ୍ ସ୍ଲିପରେ ସୂଚିତ କରିବା ଦରକାର ବୋଲି ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.