fbpx

ଚିଙ୍ଗୁଡ଼ିଖୋଲରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ପାଳନ ହେଲା କୋଭିଡ୍ ନିୟମ

ବେଗୁନିଆପଡ଼ା(ଓଡ଼ିଶ। ଭାସ୍କର): ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବ ଓ ଭକ୍ତିର ରହିଛି ଅଦ୍ଭୂତ ସମ୍ପର୍କ । କେତେକ ବିଶେଷ ଦିନ ବା ପର୍ବ ଅବସରରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର ଆଶା ନେଇ ଅପେକ୍ଷାରତ ଥାଆନ୍ତି । ତେବେ କରୋନା ମହାମାରୀ ୨ବର୍ଷ ହେଲା ବିଗାଡ଼ି ଦେଇଛି ସବୁ ପର୍ବପର୍ବାଣୀ ଓ ଯାତ୍ରା ଆଦିର ରୂୂପରେଖକୁ । କୋଳାହଳ ମଧ୍ୟରେ ହୋଇପାରୁନି ସବୁଠି ସ୍ନାନଯାତ୍ରା କି ରଥଯାତ୍ରା । ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ ସବୁଠି କେବଳ ବିଧି-ପରମ୍ପରା ନିର୍ବାହ କରାଯାଉଛି । ଆଉ ଶ୍ରଦ୍ଧାଳୁ ବିନା ଶ୍ରୀଜିଉଙ୍କ ଯାତ୍ରା-ନୀତି ପାଳନ ହେଉଛି । ଗଞ୍ଜାମରେ ମଧ୍ୟ କୋଭିଡ୍ କଟକଣାକୁ ଗୁରୁତ୍ୱ ଦିଆଯାଇ ମହାବାହୁଙ୍କ ସ୍ନାନଯାତ୍ରା ବିଧି ସମ୍ପନ୍ନ ହୋଇଛି ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଦେଇଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ପାରମ୍ପରିକ ପୂଜାଆଦି କାର୍ଯ୍ୟ କରାଯାଉଛି । ଜଗତ ଠାକୁରଙ୍କୁ ସ୍ନାନ କରାଯିବା ପରେ ଗଜାନନ ବେଶରେ ସଜ୍ଜିତ କରଯାଇଥିଲା । ଆଖପାଖ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁବୃନ୍ଦ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖକୁ ଯାଇ ନ ପାରି ମନ୍ଦିର ପରିସର ବାହାରେ ଦର୍ଶନ କରିଥିଲେ । ଭକ୍ତି ନୈବେଦ୍ୟ ଅର୍ପଣ କରିବା ବେଳେ ଅନେକ ଶ୍ରଦ୍ଧାଳୁଙ୍କ ଦୁଃଖ-କୋହ ଆପେ ବାହାରି ଆସୁଥିଲା ।

Get real time updates directly on you device, subscribe now.