fbpx

ମାତ୍ର ୯୯୯ ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ, ସାଥିରେ ମିଳିବ ମାଗଣା ଫ୍ଲାଇଟ୍ ଭାଉଚର୍

ନୂଆଦିଲ୍ଲୀ : ଯଦି ଆପଣ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ ଯେଉଁଠାରେ ଆପଣ ଶସ୍ତାରେ ବିମାନ ଯାତ୍ରା କରିପାରିବେ । ତେବେ କରୋନା କାଳରେ ଏୟାରଲାଇନ୍ କମ୍ପାନୀଗୁଡିକ ଯାତ୍ରୀମାନଙ୍କୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ସ୍ପାଇସଜେଟ୍ ଏକ ସ୍ପତନ୍ତ୍ର ଅଫରର ଘୋଷଣା କରିଛି । ଏୟାରଲାଇନ ନିଜର ମେଗା ମନସୁନ୍ ସେଲ ଅଧୀନରେ ଯାତ୍ରୀଙ୍କୁ ମାତ୍ର ୯୯୯ ଟଙ୍କାରେ ବିମାନଯାତ୍ରା କରିବାର ସୁବିଧା ଦେଉଛି । ଏହି ଅଫରର ଅବଧି ୧ ଅଗଷ୍ଟ ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଛି ।

ଏଥିପାଇଁ ବୁକିଂ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୩୦ ଜୁନ୍ ପର୍ଯ୍ୟନ୍ତ ଚାଲିବ । ସ୍ପାଇସଜେଟ ପକ୍ଷରୁ କୁହାଯାଇଛି ଯେ, ମେଗା ମନସୁନ୍ ସେଲ ଅଧୀନରେ ଏହି ଅଫର ହାଇଦ୍ରାବାଦ-ବେଲଗାମ, ବେଲଗାମ-ହାଇଦ୍ରାବାଦ, ଚେନ୍ନାଇ-ହାଇଦ୍ରାବାଦ, ଚେନ୍ନାଇ-ବେଙ୍ଗାଲୁରୁ ଭଳି ରୁଟ୍ ର ଭଡା ୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ଏହା ବ୍ୟତିତ କୌଣସି ଅଲଗା ଚାର୍ଜ ଲାଗିବ ନାହିଁ ।

ସ୍ପାଇସଜେଟର ୱେବସାଇଟରେ ସିଧାସଳଖ ବୁକିଂ କରିବା ଦ୍ୱାରା ଗ୍ରୋଫର୍ସ, ମିଫାଇନ୍, ମେଡିବୁଡି, ମୋବିକୱିକ୍ ଏବଂ ପାର୍କ ହୋଟେଲ ପକ୍ଷରୁ ସ୍ପେସାଲ ଅଫରର ମଧ୍ୟ ଲାଭ ମିଳିବ । ଟିକେଟ୍ ବୁକିଂ ସମୟରେ, ଆପଣଙ୍କୁ ଏକ ମାଗଣା ଫ୍ଲାଇଟ୍ ଭାଉଚର୍ ମିଳିବ, ଯାହା ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ । ଏହି ବୁକିଂ ଟିକେଟ୍ ର ମୂଳ ପରିମାଣ ସହିତ ସମାନ ହେବ । ଏହାର ଫାଇଦା ୧ ଅଗଷ୍ଟ ୨୦୨୧ ପରେ ଉଠାଇପାରିବେ ।

ତେବେ ଏହା ପୂର୍ବରୁ ଦେଶର ସବୁଠାରୁ ବଡ ଏୟାରଲାଇନ ଇଣ୍ଡିଗୋ ଓ ବିସ୍ତାର ୧,୦୯୯ ଟଙ୍କାରେ ବିମାନ ଯାତ୍ରାର ସେଲ୍ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.