fbpx

PEO, JA ନିଯୁକ୍ତି ୨୦୨୩: ପୁନର୍ବାର ଖାଲି ପଦବୀ ବଢ଼ାଇଲା OSSSC, ଆବେଦନ ସମୟସୀମା ମଧ୍ୟ ବଢ଼ିଲା

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ମିଳିତ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ବିସ୍ତୃତ ବିଜ୍ଞାପନ ଅନୁଯାୟୀ, ପ୍ରଥମେ ମୋଟ ୫୩୯୬ଟି ପୋଷ୍ଟ ପାଇଁ ନୋଟିସ ଆସିଥିବା ବେଳେ, ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା। ୧୪୬୬ଟି ଅତିରିକ୍ତ ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ମଞ୍ଜୁରୀ ପ୍ରଦାନ କରାଯିବାରୁ ଏହି ସଂଖ୍ୟା ୬୮୬୨କୁ ବୃଦ୍ଧି ପାଇଥିଲା। ଏବେ ବୋର୍ଡ ପୁନର୍ବାର ୩୭୭ଟି ଜୁନିଅର ଆସିଷ୍ଟାଣ୍ଟ ପଦବୀ ବୃଦ୍ଧି କରିଛନ୍ତି। ପୁର୍ବରୁ ୪୫୬୫ ଟି ପଦବୀ ଥିବା ବେଳେ ଏବେ ୩୭୭କୁ ମିଶାଇ ଏହା ୪୯୪୨ କୁ ବୃଦ୍ଧି ପାଇଛି।

ତେବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ପଦବୀ ପାଇଁ ମୋଟ ଖାଲିଥିବା ପଦ ସଂଖ୍ୟା ୨୨୯୭ ରେ ସମାନ ରହିଛି। ଏନେଇ ବୋର୍ଡ କହିଛି ଯେ, ଏହାର ଅଫିସିଆଲ ୱେବସାଇଟ https://www.osssc.gov.in/ ପୋର୍ଟାଲରେ ଉପଲବ୍ଧ ବିସ୍ତୃତ ବିଜ୍ଞାପନର ଅନ୍ୟ ସମସ୍ତ ସର୍ତ୍ତାବଳୀ ଏବଂ ପରିବର୍ତ୍ତନଗୁଡ଼ିକ ଅପରିବର୍ତ୍ତିତ ରହିଛି ।

ସେହିପରି ବୋର୍ଡ ଅନଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ୧୨.୦୪.୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶେଷନ୍ସମୟରେ କୌଣସି ସମସ୍ୟାକୁ ଏଡ଼ାଇବା ପାଇଁ ଆବେଦନକାରୀଙ୍କୁ ଶେଷ ତାରିଖକୁ ଅପେକ୍ଷା ନକରି ଅନ୍‌ଲାଇନ୍ ଆବେଦନଗୁଡିକ ଭଲ ଭାବରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।”

Get real time updates directly on you device, subscribe now.