fbpx
BSKY SKY
BSKY SKY

ପ୍ରାଇଭେଟ ପାର୍ଟ ଦ୍ୱାର ଦେଇ ପେଟ ଭିତରକୁ ପସିଗଲା ସାପ! କଷ୍ଟ ପାଉଥିବା ବ୍ୟକ୍ତିକୁ ଦେଖି ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ

BSKY

ହରଦୋଇ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହା ମେଡିକାଲ କଲେଜର ଡାକ୍ତରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସୋମବାର ରାତିରେ ମେଡିକାଲ କଲେଜର ଏମରଜେନ୍ସିରେ ପହଁଚିଥିବା ଜଣେ ଯୁବକ ଆସି କହିଥିଲେ ଯେ, ସେ ଶୌଚ ହେବା ସମୟରେ ଏକ ସାପ ତାଙ୍କ ପ୍ରାଇଭେଟ ପାର୍ଟକୁ ଚୋଟ ଦେଇ ସେହି ଦ୍ୱାରା ଦେଇ ଭିତରକୁ ପସିଯାଇଛି । ଯୁବକର ଏହି କଷ୍ଟ ଦେଖି ଡାକ୍ତରମାନେ ତଦନ୍ତ ଆରମ୍ଭ କରିଥିଲେ ହେଲେ ଡାକ୍ତର ସେପରି କୌଣସି ଜିନିଷ ପାଇ ନଥିଲେ । ଏହା ପର ଦିନ ସକାଳୁ ପରିବାର ବର୍ଗ ତାଙ୍କୁ ଅନ୍ୟ ଯାଗାକୁ ଚିକିତ୍ସା ପାଇଁ ନେଇଯାଇଥିଲେ ।

ସୋମବାର ରାତି ୮.୧୫ ରେ କୋତାବଲୀ ଅଂଚଳରେ ବନିୟାନ ପୂରବା ଗ୍ରାମର ନିବାସୀ ମହେନ୍ଦ୍ରକୁ ପରିବାର ଲୋକେ ମେଡିକାଲ ଏମରଜେନ୍ସି କଲେଜରେ ନେଇ ପହଁଚିଥିଲେ । କାରଣ ଯୁବକଙ୍କ କହିବା ଅନୁସାରେ, ସେ ଖୋଲା ସ୍ଥାନରେ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କୁ ଏକ କଳା ରଙ୍ଗର ସାପ ଚୋଟ ମାରିଥିଲା ଏବଂ ସେହି ଦ୍ୱାର ଦେଇ ଭିତରକୁ ପଳାଇଥିଲା । ଡାକ୍ତରଙ୍କୁ କହିବା ପରେ ସେ ସମସ୍ତ ପ୍ରକାର ଜାଂଚ କରିଥିଲେ । ହେଲେ କିଛି ସନ୍ଧାନ ପାଇ ନଥିଲେ । ହେଲେ ସେ ପିଡିତଙ୍କୁ ଭର୍ତ୍ତି କରାଇ କଷ୍ଟ ନିବାରଣ ଔଷଧ ଦେଇଥିଲେ ।

ତାପର ଦିନ ସକାଳୁ ପରିବାର ଲୋକ ଡରିଯାଇ ବାହାରେ ସିଟି ସ୍କାନ ମଧ୍ୟ କରିଥିଲେ । ହେଲେ ସେହି ରିପୋର୍ଟରେ ସବୁ ନର୍ମାଲ ଥିଲା । ସେ କହିଛନ୍ତି ଯେ, ଯୁବକ ଜଣକ ନିଶାରେ ଏପରି କଥା କହୁଛି । ନଚେତ ରିପୋର୍ଟରୁ କୌଣସି ତଥ୍ୟ ଆସିନାହିଁ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।

Get real time updates directly on you device, subscribe now.