fbpx
BJD
BJD SKY
BJD SKY

ନିଜ ଦେଶ ଛାଡି ବିଦେଶ ଗଲେଣି ୧କୋଟି ପାକିସ୍ତାନୀ ନାଗରିକ: ଅଗ୍ରଗତିରେ ବିଫଳତାକୁ ନେଇ ଏପରି କହିଲେ ପ୍ରଧାନମନ୍ତ୍ରୀ ଅନୱର-ଉଲ-ହକ

ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ କମ ହେବାକୁ ଲାଗିଛି ଜନସଂଖ୍ୟା । ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ଜନସଂଖ୍ୟା ୨୩ କୋଟି ରହିଥିବା ବେଳେ ପ୍ରାୟ୧ କୋଟି ଲୋକ ଅନ୍ୟଦେଶକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରୁ ବିଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଏ ମାମଲାରେ ସରକାର ମଧ୍ୟ ନିଜର ହାତ ବାନ୍ଧି ବସିଛନ୍ତି । ତେବେ ଏପରି ସ୍ଥିତିରେ ମଧ୍ୟ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କାକର କହିଛନ୍ତି ଯେ ଲୋକମାନେ ପାକିସ୍ତାନ ଛାଡି ବିଦେଶ ଯିବା ବିଫଳତାର ସଙ୍କେତ ନୁହେଁ।

ବାସ୍ତବରେ ପାକିସ୍ତାନ ବିଶାଳ ‘ବ୍ରେନ ଡ୍ରେନ’ ପରିସ୍ଥିତି ଦେଇ ଗତି କରୁଛି। ଦାରିଦ୍ର୍ୟ, ବେରୋଜଗାରୀ, ମୁଦ୍ରାସ୍ଫୀତି ଏବଂ ରାଜନୈତିକ ଅସ୍ଥିରତା କାରଣରୁ ଦେଶର ଶିକ୍ଷିତ ଲୋକେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି । ଏହି କାରଣରୁ ଦେଶ ଉପରେ ଚାପ ମଧ୍ୟ ବଢ଼ିବାରେ ଲାଗିଛି ।

ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ- “ଭବିଷ୍ୟତରେ ‘ବ୍ରେନ ଡ୍ରଡ଼’ ‘ବ୍ରେନ ଆସେଟ’ରେ ପରିଣତ ହେବ। ବର୍ତ୍ତମାନ ପରିସ୍ଥିତିକୁ ବୁଝିବା ପାଇଁ ଏହା ଏକ ଆଶାବାଦୀ ଏବଂ ସକରାତ୍ମକ ଉପାୟ । ତେବେ ପାକିସ୍ତାନ ହେଉଛି ସୃଜନଶୀଳତାର ଦେଶ ଯାହା ଏହାକୁ ପ୍ରକୃତରେ ଧନୀ କରିଥାଏ । ସେ କହିଛନ୍ତି ଯେ ଯଦି ପାକିସ୍ତାନର ଲୋକମାନେ ଦେଶ ଛାଡି ଯାଉଛନ୍ତି ତେବେ ଏହାକୁ ବିଫଳତା ଭାବରେ ଦେଖାଯିବା ଉଚିତ ନୁହେଁ। ଯୁବକମାନଙ୍କ ମଧ୍ୟରେ ସରକାର ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ ।

ନିକଟରେ ପାକିସ୍ତାନର ଇମିଗ୍ରେସନ ଏବଂ ବିଦେଶୀ ରୋଜଗାରର ରିପୋର୍ଟରେ କୁହାଯାଇଛି ଯେ ଏକ କୋଟିରୁ ଅଧିକ ପାକିସ୍ତାନୀ ଦେଶ ଛାଡି ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି। ତେବେ ବ୍ରିଟେନ୍, ଆମେରିକା, କାନାଡା, ଅଷ୍ଟ୍ରେଲିଆ ଭଳି ଦେଶକୁ ଯାଉଥିବା ପାକିସ୍ତାନୀ ନାଗରିକମାନେ ଶିକ୍ଷିତ । ବର୍ତ୍ତମାନ ସେମାନଙ୍କର ଦେଶକୁ ଫେରିଯିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ଜଣେ ପ୍ରବାସୀ ।

Get real time updates directly on you device, subscribe now.