fbpx

ତାତିରୁ ନିସ୍ତାର ନାହିଁ, ପୁଣି ଫେରିବ ରାଜ୍ୟକୁ କାଳବୈଶାଖୀ

ଭୁବନେଶ୍ୱର, ୬ା୪ (ଓଡିଶା ଭାସ୍କର): ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ନାହିଁ । କିଛିଦିନର ସାମୟିକ ଆଶ୍ୱସ୍ତି ପରେ ପାରଦ ପୁଣି ଉପରମୁହାଁ ହେବ । ଆଗାମୀ ଦୁଇଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ଅନୁମାନ କରାଯାଉଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୪ ଦିନ ଧରି ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ ରହିଥିଲା । ଆସନ୍ତାକାଲି କାଲି ଠାରୁ ପୁଣି ତାତି ବଢ଼ିବ । ୯ ତାରିଖ ଆଡ଼କୁ ୯ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଏପ୍ରିଲ ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ତାପାମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଅନୁମାନ କରାଯାଉଛି ।

Get real time updates directly on you device, subscribe now.