fbpx
BSKY SKY
BSKY SKY

ପରୀ ହତ୍ୟାକାଣ୍ଡ: ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ଆଗାମୀ ୧୯ ତାରିଖ ଦିନ ଏହି ମାମଲାର ଶୁଣାଣି କରିବେ । ପରି ମାମଲା ପରିଚାଳନା କରୁଥିବା ଓକିଲଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ।

BSKY

ନୂଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ଶୁଣାଣି ନେଇ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଆଗାମୀ ୧୯ ତାରିଖ ଦିନ ଏହି ମାମଲାର ଶୁଣାଣି କରିବେ । ପରି ମାମଲା ପରିଚାଳନା କରୁଥିବା ଓକିଲଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପରୀର ମାଆ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ଦାବି କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଥିଲେ । ଗତ ଫେବୃଆରୀ ୨୨ରେ ରେଜିଷ୍ଟ୍ରାର କୋର୍ଟ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଥିଲେ । ରାଜ୍ୟ ସରକାର ଗତମାସ ୨୭ ତାରିଖରେ ୯୪ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଥିଲେ । ରାଜ୍ୟ ସରକାର ସତ୍ୟପାଠରେ ଏହି ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ନଥିବା ଦର୍ଶାଇଥିଲେ ।

Get real time updates directly on you device, subscribe now.