fbpx

କରୋନା ଦୂର କରିବା ପାଇଁ ମନ୍ଦିରର ଜଳ ପ୍ରଦାନ ଉତ୍ସବ,ଫେଲ ମାରିଲା ସରକାରଙ୍କ କରୋନା ଗାଇଡଲାଇନ

ଗୁଜୁରାଟ ୦୫ । ୦୫ (ଓଡ଼ିଶା ଭାସ୍କର) : ଗୁଜୁରାଟରେ କରୋନା ନିୟମ ଫେଲ ମାରିଛି । କରୋନା ବହିଷ୍କାର ନାମରେ ଏଠାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଗୁଜୁରାଟର ସାନନ୍ଦରେ ଥିବା ଏକ ମନ୍ଦିରକୁ ଜଳ ପ୍ରଦାନ ଉତ୍ସବରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । ଯେଉଁଠାରେ କରୋନା ଗାଇଡଲାଇନଗୁଡିକ ଉଲ୍ଲଂଘନ କରାଯାଇଥିଲା।

ସୂଚନା ଅନୁସାରେ କରୋନାକୁ ଘଉଡାଇବା ପାଇଁ ଗୁଜୁରାଟର ସାନନ୍ଦସ୍ଥିତ ବାଦିଆ ଦେବ ମନ୍ଦିରକୁ ଲୋକଙ୍କୁ ଜଳ ଦେବାକୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ, ଉତ୍ସବରେ ଯୋଗଦେବାକୁ ଆସିଥିବା ମହିଳାମାନେ ମାସ୍କ ବ୍ୟବହାର କରି ନଥିଲେ କିମ୍ବା ସେମାଙ୍କ ମଧ୍ୟରେ ସାମାଜିକ ଦୂରତା ରଖି ନଥିଲା। ଦେଶରେ କରୋନା ସଂକ୍ରମଣ ହେତୁ ହଜାର ହଜାର ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଦେଶରେ ଆକ୍ରୋଶ ଲାଗିଛି। ମନ୍ଦିରରେ ଜଳ ଚଢ଼ୁଥିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ୨୩ ଜଣଙ୍କୁ ଗିରଫ କରିଛି । ମହାମାରୀ ବିପର୍ଯ୍ୟୟ ଆଇନ ଅନୁଯାୟୀ ପୋଲିସ ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ସୂଚନା ଅନୁସାରେ ଦେଶରେ କରୋନା ମାମଲା ୨ କୋଟି ଅତିକ୍ରମ କରିଛି। ଗତ ୪ ମାସ ମଧ୍ୟରେ ୧ କୋଟି ମାମଲା ସାମ୍ମନାକୁ ଆସିଛି । ଏହାପୂର୍ବରୁ କରୋନା ମାମଲାର ୧ କୋଟି ସଂଖ୍ୟାରେ ପହଞ୍ଚିବାକୁ ୧୦ ମାସ ସମୟ ଲାଗିଥିଲା ।

Get real time updates directly on you device, subscribe now.